ମନୋରଞ୍ଜନ

କ୍ୟାରିଅର ଖରାପ ହେବା ଡରକୁ ନେଇ ଚିନ୍ତିତ ଥିଲେ ସୁଶାନ୍ତ, ସହ-ଅଭିନେତ୍ରୀଙ୍କୁ ଜେରା କରିବ ପୋଲିସ

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ଦେଶରେ ଆଲୋଡ଼ନ I ସୁଶାନ୍ତଙ୍କ ସୁଇସାଇଡର ୧୪ ଦିନ ପରେ ବି ଅନେକ ବିଶ୍ୱାସ କରିପାରୁ ନାହାଁନ୍ତି ସେ ଏବେ ମୃତ I ଏବେ ମୁମ୍ବାଇ ପୋଲିସ ସୁଶାନ୍ତଙ୍କ ମୃତ୍ୟୁ ପଛର କାରଣ ଖୋଜିବାରେ ଲାଗୁଛି I ତାଜା ସୂଚନା ଅନୁଯାୟୀ ମୁମ୍ବାଇ ବାନ୍ଦ୍ରା ପୋଲିସ ଜାଣିବାକୁ ପାଇଛି ସୁଶାନ୍ତ ଗତ କିଛି ମାସ ହେଲା ଡିପ୍ରେସନ ବା ଚାପରେ ଥିଲେ I ତାଙ୍କୁ ଲାଗୁଥିଲା କିଛି ଲୋକ ତାଙ୍କ ଇମେଜ୍, କ୍ୟାରିଅର ଓ ପ୍ରତିଷ୍ଠାକୁ ଖରାପ କରିବା ପାଇଁ ଚେଷ୍ଟା କରୁଛନ୍ତି Iସୁଶାନ୍ତଙ୍କ ମୃତ୍ୟୁ ପରେ ପୋଲିସ ଏବେ ଯାଏଁ ୨୭ ଲୋକଙ୍କୁ ପଚରାଉଚରା କରି ସାରିଲାଣି I ଏଥିରେ ସୁଶାନ୍ତଙ୍କ ନିକଟତର ସାଙ୍ଗ, ପରିବାର ସଦସ୍ୟ ଓ ପ୍ରଫେସନାଲ ଜୀବନ ଜଡ଼ିତ ଲୋକଙ୍କୁ ଜେରା କରାଯାଇଛି I ପୋଲିସର ସୂଚନା ଅନୁଯାୟୀ, ତାଙ୍କର ଜଣେ ସାଙ୍ଗ କହିଛନ୍ତି- ସେ ଗତ କିଛି ମାସ ହେଲା ବିଚଳିତ ଥିଲେ I ତାଙ୍କୁ ଲାଗୁଥିଲା କିଛି ଲୋକ ତାଙ୍କ କ୍ୟାରିଅର ଖରାପ କରିବାକୁ ପଛରେ ପଡ଼ିଛନ୍ତି I ତାଙ୍କ ବିଷୟରେ ବିଭିନ୍ନ ପତ୍ର ପତ୍ରିକା ଓ ୱେବସାଇଟରେ ବାହାରୁଥିବା ଖବରକୁ ନେଇ ସେ ଚିନ୍ତିତ ଥିଲେ I ତାଙ୍କୁ ଲାଗୁଥିଲା ତାଙ୍କ ବିଷୟରେ ବାହାରୁଥିବା ଷ୍ଟୋରୀ ଓ ରିପୋର୍ଟ ତାଙ୍କ ବିରୋଧୀ I ଏଥିପାଇଁ ସେ ମାନସିକ ଚାପଗ୍ରସ୍ତ ଥିଲେ ବୋଲି ତାଙ୍କ ସାଙ୍ଗ ପୋଲିସକୁ ସୂଚନା ଦେଇଥିବା ଜଣାପଡ଼ିଛି Iଶନିବାର ୟଶରାଜ ଫିଲ୍ମ୍ସର କାଷ୍ଟିଂ ଡାଇରେକ୍ଟର ସୋନୁ ଶର୍ମାଙ୍କ ଷ୍ଟେଟମେଣ୍ଟ ରେକର୍ଡ କରିଥିଲା ପୋଲିସ I ୟଶରାଜ ଫିଲ୍ମ୍ସ ସହିତ କଣ୍ଟ୍ରାକ୍ଟ ସାଇନ୍ କରିଥିବା ଅଭିନେତ୍ରୀଙ୍କୁ ସମ୍ଭାଳନ୍ତି ସୋନୁ ଶର୍ମା I ସୁଶାନ୍ତ ୟଶରାଜ ସଙ୍ଗ ଫିଲ୍ମ୍ ସାଇନ୍ କରିଥିବାରୁ ତାଙ୍କ ସହ ସମ୍ପର୍କରେ ଥିଲେ I ସୁଶାନ୍ତ ନୂଆ ଫିଲ୍ମ ‘ପାନି’ ପାଇଁ ୟଶରାଜ ସହ ଚୁକ୍ତି କରିଥିଲେ I ଏହି ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ଶେଖର କପୁର I ତେବେ କ୍ରିଏଟିଭ୍ କଣ୍ଟେଟକୁ ନେଇ ଫିଲ୍ମ ତିଆରି ହୋଇପାରି ନଥିଲା Iସୋନୁଙ୍କ ବ୍ୟତୀତ୍ ସୁଶାନ୍ତଙ୍କ ନିକଟତମ ସାଥୀ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୋଭିକଙ୍କୁ ମଧ୍ୟ ପଚରାଉଚରା କରାଯାଇଛି I ସୋଭିକ ନିଜ ଷ୍ଟେଟମେଣ୍ଟରେ କହିଛନ୍ତି ରିୟା ଓ ତିନିଜଣ ଷ୍ଟାର୍ଟଅପ୍ କମ୍ପାନୀର ଡାଇରେକ୍ଟର ଥିଲେ I ଯାହାକୁ ସୁଶାନ୍ତଙ୍କ ସହ ମିଶି ପ୍ରସ୍ତୁତ କରିଥିଲେ I ଏଥିସହ ବାନ୍ଦ୍ରା ପୋଲିସ ସୁଶାନ୍ତଙ୍କ ଶେଷ ଫିଲ୍ମର ସହ ଅଭିନେତ୍ରା ସଞ୍ଜନା ସଂଘୀଙ୍କୁ ମଧ୍ୟ ଜେରା ପାଇଁ ଡାକିଛି I ସଞ୍ଜନା ସୁଶାନ୍ତଙ୍କ ଶେଷ ଫିଲ୍ମ ଦିଲ୍ ବେଚାରାରେ କାମ କରୁଥିଲେ I ତାଙ୍କୁ ସୋମବାର ପୋଲିସ ପଚରାଉଚରା ପାଇଁ ଡାକିଛି I

Show More

Related Articles

Back to top button