Breaking PLUSମୁଖ୍ୟ ଖବର

ଏକ ବ୍ୟାଙ୍କର ଲାଇସେନ୍ସକୁ ରବ୍ଦ କଲା RBI

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଏକ ବ୍ୟାଙ୍କର ଲାଇସେନ୍ସ ରଦ୍ଦ କରିଦିଆଯାଇଛି । ଆରବିଆଇର ଏହି ପଦକ୍ଷେପ ଫଳରେ ବ୍ୟାଙ୍କର କିଛି ଗ୍ରାହକଙ୍କ ପାଇଁ ବଡ଼ ସମସ୍ୟା ହୋଇପାରେ । ଖାଲି ଏତିକି ନୁହେଁ ଆସନ୍ତା ୬ ମାସ ପର୍ଯ୍ୟନ୍ତ ବ୍ୟାଙ୍କର ସମସ୍ତ କାରବାର ମଧ୍ୟ ବନ୍ଦ ରହିବ । ବ୍ୟାଙ୍କର ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ଆରବିଆଇ ଏହି ପଦକ୍ଷେପ ଗ୍ରହଣ କରିଛି । ତେବେ ଗ୍ରାହକଙ୍କୁ ସର୍ବାଧିକ ୫୦ ହଜାର ଟଙ୍କା ଉଠାଣ ନେଇ ଅନୁମତି ମିଳିଛି । ବ୍ୟାଙ୍କର ପାଖାପାଖି ୯୬.୦୯ ପ୍ରତିଶତ ଜମାକାରୀ ଜମା ବୀମା ଓ କ୍ରେଡିଟ ଗ୍ୟାରେଣ୍ଟି କର୍ପୋରେସନ୍ସ (ଡିଆଇସିଜିସି) ପକ୍ଷରୁ ସେମାନଙ୍କର ପୂରା ଜମା ଅର୍ଥ ପାଇବାକୁ ହକଦାର ହେବେ । ଜମାକାରୀଙ୍କୁ ୫ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରାଯିବ । ବ୍ୟାଙ୍କ ନିକଟରେ ପର୍ଯ୍ୟାପ୍ତ ପୁଞ୍ଜିର ଅଭାବ ରହିଥିବା ବେଳେ ରୋଜଗାରର କୌଣସି ସମ୍ଭାବନା ଦେଖାଦେଇଥିଲା । ତେଣୁ ଆରବିଆଇ ଏହି ନିଷ୍ପତ୍ତି ନେଇଥିଲା । ସୂଚନା ମୁତାବକ, ଆରବିଆଇ ମୁମ୍ବାଇର ‘ଦି କପୋଲ କୋଅପରେଟିଭ ବ୍ୟାଙ୍କ ଲିମିଟେଡ’ର ବ୍ୟାଙ୍କିଂ ଲାଇସେନ୍ସ ରଦ୍ଦ କରିଦେଇଛି । ଫଳରେ ଏହି ବ୍ୟାଙ୍କର ଗ୍ରାହକମାନେ ଏବେ କେବଳ ଡିଆଇସିଜିସି ପକ୍ଷରୁ ୫ ଲକ୍ଷ ଟଙ୍କାର ବୀମା ଅର୍ଥ ପାଇବାକୁ ହକଦାର ହେବେ । ଏଥିସହିତ ଆରବିଆଇ ଅହମଦାବାଦ ସ୍ଥିର କଲର ମର୍ଚ୍ଚେଣ୍ଟସ କୋଅପରେଟିଭ୍ ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଗ୍ରାହକମାନେ ସର୍ବାଧିକ ୫୦ ହଜାର ଟଙ୍କା ଆକାଉଣ୍ଟରୁ ଉଠାଇ ପାରିବେ ବୋଲି କୁହାଯାଇଛି ।

Show More

Related Articles

Back to top button