Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଆଜି ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ଜନ୍ମଦିନ

ନୂଆଦିଲ୍ଲୀ- ଆଜି ହେଉଛି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଜନ୍ମଦିନ । ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ମଙ୍ଗଳବାର ତାଙ୍କର ୯୧ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଦେଶ କୋଣ ଅନୁକୋଣରୁ ଅଭିନନ୍ଦନ ବାର୍ତ୍ତା ଗ୍ରହଣ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମନମୋହନ ସିଂଙ୍କ ୯୧ତମ ଜନ୍ମଦିନ ଅବସରରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ମୋଦି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରିଛନ୍ତି।
ପୂର୍ବତନ ପ୍ରଧାନମନ୍ତ୍ରୀ ୨୬ ସେପ୍ଟେମ୍ବର ୧୯୩୨ରେ ବ୍ରିଟିଶ ଭାରତର ପଞ୍ଜାବ ପ୍ରଦେଶର ଚକୱାଲ ଜିଲାରେ ଜନ୍ମଗ୍ରହଣ କରିଥିଲେ। ଏହି ଜିଲା ବର୍ତ୍ତମାନ ପାକିସ୍ତାନକୁ ଆସିଛି। ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବା ପୂର୍ବରୁ ସେ ୧୯୮୨ ରୁ ୧୯୮୫ପର୍ଯ୍ୟନ୍ତ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଗଭର୍ଣ୍ଣର ଭାବରେ କାର୍ଯ୍ୟ କରିଥିଲେ। ସେ ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କ ସରକାରରେ ଅର୍ଥମନ୍ତ୍ରୀ ମଧ୍ୟ ଥିଲେ। ୧୯୯୧ରେ ଭାରତରେ ଅର୍ଥନତିକ ଉଦାରୀକରଣ ଆଣିବାରେ ସେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ହେତୁ ଦେଶରେ ‘ଲାଇସେନ୍ସ ରାଜ’ ଶେଷ ହୋଇପାରିଥିଲା।

Show More

Related Articles

Back to top button