Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଘନଉଛି ଭାରତ-କାନାଡା ବିବାଦ, କାନାଡାରେ ଥିବା ଭାରତୀୟଙ୍କ ପାଇଁ ନୂତନ ଯାତ୍ରା ପରାମର୍ଶ ଜାରି

ଟରଣ୍ଟୋ- କାନାଡରେ ରହିଥିବା ପ୍ରବାସୀ ଭାରତୀୟଙ୍କ ନିମନ୍ତେ ନୂତନ ଯାତ୍ରା ପରାମର୍ଶ ଜାରି କରିଛି ଭାରତ ।
ସୋସିଆଲ ମିଡିଆରେ କାନାଡା ବିରୋଧରେ ବିରୋଧ ପ୍ରଦର୍ଶନ ତଥା କିଛି ‘ନକାରାତ୍ମକ ଭାବନା’ ଜାରି ରହିଥିବାରୁ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି କାନାଡାରେ ଥିବା ଭାରତୀୟ ନାଗରିକଙ୍କ ପାଇଁ ଏହି ପରାମର୍ଶ ଜାରି କରାଯାଇଛି । ବ୍ରିଟିଶ କଲୋମ୍ବିଆରେ ଜୁନ 18ରେ 45 ବର୍ଷୀୟ ଖଲିସ୍ଥାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂହ ନିଜ୍ଜରଙ୍କୁ ହତ୍ୟା ଘଟଣାରେ ଭାରତୀୟ ଗୁପ୍ତଚରଙ୍କର ସମ୍ଭାବ୍ୟ ସମ୍ପୃକ୍ତିକୁ ନେଇ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସଙ୍ଗୀନ ଅଭିଯୋଗ ଆଣିଥିଲେ । ଏହାପରେ ଭାରତ-କାନାଡା ମଧ୍ୟରେ ବିବାଦ ବଢିଛି । 2020ରେ ଭାରତ ନିଜ୍ଜରକୁ ଆତଙ୍କବାଦୀ ଘୋଷଣା କରିଥିଲା ।

ତେବେ ଭାରତ ଟ୍ରୁଡୋଙ୍କ ଅଭିଯୋଗକୁ ଭିତ୍ତୀହୀନ ଏବଂ ଖରାପରେ ଉସକାଉଥିବା କହି ପ୍ରତ୍ୟାଖ୍ୟାନ କରିଛି । ଏହି ଘଟଣାରେ ଜଣେ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲା କାନାଡା । ଭାରତ ମଧ୍ୟ ଏହାର ଜବାବ ଦେଇ କାନାଡାର ଜଣେ ବରିଷ୍ଠ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛି।

Show More

Related Articles

Back to top button