Breaking PLUSଆଇନ କାନୁନଓଡ଼ିଶାମୁଖ୍ୟ ଖବର

ବିଜେଡି ବିଧାୟକଙ୍କ ପାଇଁ ବଢିଲା ଅଡୁଆ

ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ପାଇଁ ବଢ଼ିଲା ଅଡୁଆ । ୨୦୨୧ ମସିହା ମାହାଙ୍ଗା ଡବଲ ମର୍ଡର ମାମଲାରେ ପ୍ରତାପ ଜେନା ଆଗକୁ ଅଦାଲତି ମାମଲାର ସମ୍ମୁଖୀନ ହେବେ । ମୃତକଙ୍କ ପରିବାର ପକ୍ଷରୁ ଦାୟର ହୋଇଥିବା ପ୍ରୋଟେଷ୍ଟ ପିଟିସନ୍‌କୁ କୋର୍ଟ ଗ୍ରହଣ କରିଛନ୍ତି । ଆଇପିସି ଧାରା 302,506,102b ଆଧାରରେ ବିଧାୟକ ପ୍ରତାପ ଜେନାଙ୍କ ବିରୁଦ୍ଧରେ ମୋକଦ୍ଦମା ଚାଲିବ ବୋଲି ଜେଏମ୍‌ଏଫ୍‌ସି ସାଲେପୁର ନିର୍ଦେଶ ଦେଇଛନ୍ତି । ଯେହେତୁ ପ୍ରତାପ ଜେନା ଏବେ ମହଙ୍ଗା ବିଧାୟକ ଅଛନ୍ତି ତେଣୁ ଭୁବନେଶ୍ୱର ସ୍ଥିତ ସ୍ୱତନ୍ତ୍ର ଅଦାଲତକୁ ମାମଲା ସ୍ଥାନାନ୍ତର ହୋଇଛି । ୨୧ ଜାନୁୟାରୀ ୨୦୨୧ରେ ଏହି ମାହଙ୍ଗା ଡବଲ ମର୍ଡର ଘଟିଥିଲା। ମାହାଙ୍ଗା ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ଆକ୍ରମଣ କରି ହତ୍ୟା କରାଯାଇଥିଲା। ଏତଲାକାରୀ କୁଳମଣିଙ୍କ ପୁଅ ରମାକାନ୍ତ ବରାଳ ୧୩ ଜଣଙ୍କ ନାଁ ଅଭିଯୋଗରେ ଦର୍ଶାଇଥିଲେ । ୧୩ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୯ ଜଣଙ୍କୁ ଗିରଫ କରିଥିଲା ପୋଲିସ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏତଲାରେ ୧୩ ନମ୍ବର ଅଭିଯୁକ୍ତ ଥିଲେ ମାହାଙ୍ଗା ବିଧାୟକ ପ୍ରତାପ ଜେନା । ତେବେ ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ ହୋଇଥିବାବେଳେ ଏତଲକାରୀ ରମାକାନ୍ତଙ୍କର ମଧ୍ୟ ମୃତ୍ୟୁ ହୋଇସାରିଛି । ଏହାପରେ ରମାକାନ୍ତଙ୍କ ସାନ ଭାଇ ରଞ୍ଜିତ ବରାଳ କେଶ ଲଢ଼ୁଛନ୍ତି । ସାକ୍ଷୀ ଏବଂ ସିଡିଆର ରିପୋର୍ଟକୁ ଆଧାର କରି ପ୍ରତାପ ଜେନାଙ୍କ ନାମରେ 302, 506, 102b ଦଫା ଲାଗିଛି।

Show More

Related Articles

Back to top button