ସ୍ୱାସ୍ଥ୍ୟ

ଋତୁସ୍ରାବ ସମୟରେ ଅତ୍ୟଧିକ ରକ୍ତସ୍ରାବ ହେବା ଏକ ଗମ୍ଭୀର ରୋଗର କାରଣ ହୋଇପାରେ।

ଦୀର୍ଘ ସମୟ ଧରି ଋତୁସ୍ରାବରେ ଯଦି ଅନିୟମିତତା ଦେଖାଯାଉଛି ତେବେ ଜାଣି ରଖନ୍ତୁ ଏହା ଥାଇରଏଡର ସମସ୍ୟା ହୋଇପାରେ ।
ଋତୁସ୍ରାବର ଅନେକ ସମୟରେ ମହିଳାମାନଙ୍କର ପେଟ, ପିଠି ଏବଂ ଗୋଡରେ ଅସହ୍ୟ ଯନ୍ତ୍ରଣା ଅନୁଭବ ହୋଇଥାଏ । କେବେ କେବେ ଋତୁସ୍ରାବରେ ଅନିୟମିତତା ଦେଖାଯିବା ସହ ଅତ୍ୟାଧିକ ରକ୍ତସ୍ରାବ ମଧ୍ୟ ହୋଇଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ ହାନିକାରକର କାରଣ ହୋଇପାରେ।
ଇଣ୍ଡିଆନ୍ ଜର୍ନାଲ୍ ଅଫ୍ ଏଣ୍ଡୋକ୍ରିନୋଲୋଜି ଏବଂ ମେଟାବୋଲିଜିମ୍ ଅନୁଯାୟୀ ଜଣା ପଡିଛି ଯେ 4.2 ଭାରତୀୟ ମହିଳା ଥାଇରଏଡ଼ ରୋଗରେ ପୀଡିତ ଅଛନ୍ତି। ତେଣୁ ଯଦି ଆପଣଙ୍କର ଋତୁସ୍ରାବ ଆପଣଙ୍କୁ ଏହି ସମସ୍ୟାର ସୂଚକ ଦେଉଛି , ତେବେ ଆପଣ ଏହି ରୋଗରେ ଆକ୍ରାନ୍ତ ହେବା ଆଗରୁ ସତର୍କ ହୋଇଯାନ୍ତୁ।
ଏକ ଘରୋଇ ଚିକିତ୍ସକ ଙ୍କ ସୂଚନାରେ ଶରୀର ମଧ୍ୟରେ ଏକ ଥାଇରଏଡ୍ ଗ୍ରନ୍ଥି ଅଛି। ଯାହା ହରମୋନ୍ ଉତ୍ପାଦନ କରିଥାଏ । ଶରୀରର ମେଟାବୋଲିଜିମ୍ ଏବଂ ମାସିକ ଋତୁସ୍ରାବକୁ ନିୟନ୍ତ୍ରଣ କରିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ଗ୍ରହଣ କରିଥାଏ। ତେବେ ଏହି ଗ୍ରନ୍ଥିର ଦୁଇଟି ମୁଖ୍ୟ ହରମୋନ୍ ଟ୍ରାଇଓଡୋଥାଇରୋନାଇନ୍ (T3) ଏବଂ ଥାଇରକ୍ସାଇନ୍ (T4) ଉତ୍ପାଦନ ପ୍ରଜନନ ପ୍ରଣାଳୀକୁ ପ୍ରଭାବିତ କରିବାରେ ସାହାଯ୍ୟ କରିଥାଏ। ଫଳରେ ସେମାନେ ଇଷ୍ଟ୍ରୋଜେନ୍ ଏବଂ ପ୍ରୋଜେଷ୍ଟେରନ୍ ଉତ୍ପାଦନକୁ ପ୍ରଭାବିତ କରିଥାନ୍ତି। ଯାହା ଋତୁସ୍ରାବର ସନ୍ତୁଳନ ପାଇଁ ଦାୟୀ ହୋଇଥାଏ ।
ଯେତେବେଳେ ଥାଇରଏଡ୍ ଗ୍ରନ୍ଥି ସଠିକ୍ ଭାବରେ କାମ କରେନାହିଁ ସେତେବେଳେ ଶରୀରରେ ଅତ୍ୟଧିକ ଥାଇରଏଡ୍ ହରମୋନ୍ ତିଆରି କରିଥାଏ। ଯାହା ହାଇପରଥାଇରଏଡିଜିମ୍ ନାମକ ଏକ ଅବସ୍ଥା ସୃଷ୍ଟି କରେ ଯାହାକୁ ହାଇପୋଥାଇରଏଡିଜିମ୍ କୁହାଯାଏ। ଏହି ହାଇପୋଥାଇରଏଡିଜିମ୍ ଯୋଗୁଁ ଋତୁସ୍ରାବ ସମୟରେ ଅତ୍ୟଧିକ ମାତ୍ରାରେ ରକ୍ତସ୍ରାବ ହୋଇଥାଏ। ଫଳରେ ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମ (PCOS) ନାମକ ରୋଗର ହୋଇପାରେ। ଯାହା ଅନିୟମିତତା , ବନ୍ଧ୍ୟାକରଣ, ମୋଟାପଣ ଭଳି ସମସ୍ୟା ସହିତ ଜଡିତ ହୋଇଥାଏ। ତେଣୁ ମହିଳା ମାନଙ୍କ ଋତୁସ୍ରାବ ମଧ୍ୟ ଠିକ ସମୟରେ ହୋଇ ନ ଥାଏ। ତେବେ ଏଭଳି ସମ୍ୟସା ହେଉଥିଲେ ଡାକ୍ତର ଙ୍କ ସହ ପରମର୍ଶ କରନ୍ତୁ।

Show More

Related Articles

Back to top button