ମନୋରଞନମନୋରଞ୍ଜନସେଲିବ୍ରିଟି

ଉଦୟପୁର ଅଭିମୁଖେ ରାଘବ ଓ ପରିନୀତି

ଆସନ୍ତା ସେପ୍ଟେମ୍ବର ୨୪ରେ ପରିଣୀତି ଚୋପ୍ରା ଏବଂ ରାଘବ ଚଡ୍ଡା ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଦୁହିଁଙ୍କର ବିବାହ ଉଦୟପୁରରେ ଅନୁଷ୍ଠିତ ହେବ । ବିବାହ ପାଇଁ ସେମାନେ ଓ ସେମାନଙ୍କ ପରିବାର ସହ ବର୍ତ୍ତମାନ ଉଦୟପୁର ଅଭିମୁଖେ ବାହାରିଛନ୍ତି । ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର ୨୩ରୁ ଉଦୟପୁରରେ ସେମାନଙ୍କ ବିବାହର ରୀତିନୀତି ଆରମ୍ଭ ହେବ । ପରିଣୀତି ଚୋପ୍ରା ଓ ରାଘବ ଚଡ୍ଡା ପରିବାର ସହିତ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଛନ୍ତି । ଦୁହିଁଙ୍କୁ ବହୁତ ସିମ୍ପଲ ଲୁକରେ ଦେଖିବାକୁ ମିଳିଛି । ଅନ୍ୟପଟେ ପରିଣୀତି ଏବଂ ରାଘବଙ୍କ ଏକ ଫଟୋ ଭାଇରଲ ହୋଇଥିଲା । ସେହି ଫୋଟ ଗୁରୁଦ୍ୱାରର ଥିଲା । ଯେଉଁଥିରେ କି ରାଘବ ଏବଂ ପରିଣୀତି ମୁଣ୍ଡକୁ ଢାଙ୍କି ବସିଛନ୍ତି । ଶୁଣିବାକୁ ମିଳିଛି ଯେ, ଏହି ଦୁହିଁଙ୍କର ବିବାହର କିଛି ନୀତି ଦିଲ୍ଲୀରେ ଆରମ୍ଭ ହୋଇଥିଲା । ସୁଫି ନାଇଟସ୍ ମଧ୍ୟ ରଖାଯାଇଥିଲା, ଯେଉଁଥିରେ କି ପରିବାରର ସଦସ୍ୟ ମଧ୍ୟ ଅଂଶଗ୍ରହଣ କରିଥିଲେ । ପରିଣୀତି ଏବଂ ରାଘବ ସେପ୍ଟେମ୍ବର ୨୪କୁ ସତୋଟି ବଚନ ନେବାକୁ ଯାଉଛନ୍ତି । ଦ୍ୱିପହରରେ ସେମାନଙ୍କ ବିବାହ ହେବା ପରେ ସଂଧ୍ୟାରେ ସେମାନଙ୍କ ରିସେପ୍ସନ ରଖାଯାଇଛି ।

Show More

Related Articles

Back to top button