ଅନୁଚିନ୍ତା

ଆଜିର ଅନୁଚିନ୍ତା

ତାରିଖ - ୨୨:୦୩:୨୦୨୨ (ମଙ୍ଗଳବାର)

୧-ନିଜ ସ୍ୱାର୍ଥ ନିମନ୍ତେ ଆପଣ ଜୀବନରେ କେବେହେଲେ ସାମାନ୍ୟ ଭୁଲ ବୁଝାମଣା ପାଇଁ କୌଣସି ଘନିଷ୍ଟ ସମ୍ପର୍କକୁ ଭାଙ୍ଗନ୍ତୁ ନାହିଁ,ନହେଲେ ଭବିଷ୍ୟତ ରେ ସେହି ଛୋଟିଆ ଭୁଲ ପାଇଁ ପଛରେ ବହୁତ ଅନୁତପ କରିବାକୁ ପଡିପାରେ ।

୨-ହଲଚଲ ହେଉଥିବା ପାଣିରେ ଯେପରି ପ୍ରତିବିମ୍ବ ଦେଖାଯାଏନାହିଁ, ଠିକ୍ ସେହିପରି କ୍ରୋଧରେ ଥିବା ବ୍ୟକ୍ତି କେବେହେଲେ ସତ୍ୟକୁ ଦେଖିପାରେ ନାହିଁ ।

୩-ସଂସାରରେ ରହୁଥିବା ମଣିଷ ଧନ ସମ୍ପତ୍ତିକୁ ଗଣୁ ଥାଏ, କାଲି କେତେ ଥିଲା, ଆଉ ଆଜି କେତେ ବଢିଛି । ଉପରେ ଥିବା ଈଶ୍ବର ହସୁ ଥାଆନ୍ତି, ଆଉ ମଣିଷର ଆୟୁଷ ଗଣି ଥାଆନ୍ତି, କାଲି କେତେ ଦିନ ଥିଲା ଆଉ ଆଜି କେତେ ରହିଲା । ତେଣୁ ସବୁବେଳ ଲୋଭରୁ ଦୂରେଇ ରୁହନ୍ତୁ ଆଉ ଏ ସମାଜ ପାଇଁ କିଛି ଭଲ କାର୍ଯ୍ୟ କରନ୍ତୁ ।

୪-ଦିନ ସାରା କାମ କରି ମଣିଷ ଯେତିକି ଥକି ନ ଥାଏ, କିଛି ସମୟର ଚିନ୍ତା, ନିରାଶା, ଭୟ ଆଉ ଅସନ୍ତୋଷ ଯୋଗୁଁ ତା’ଠାରୁ ବେସି ଅଧିକ ଥକି ଯାଇଥାଏ ।

Show More

Related Articles

Back to top button