Breaking PLUSଓଡ଼ିଶାମୁଖ୍ୟ ଖବର

ଆଖି ବୁଜିଲେ ପୂର୍ବତନ ଡ଼ିଜିପି ଶରତ ଚନ୍ଦ୍ର ମିଶ୍ର

ପୂର୍ବତନ ଡ଼ିଜିପି ଶରତ ଚନ୍ଦ୍ର ମିଶ୍ରଙ୍କ ପରଲୋକ । ମଙ୍ଗଳବାର ଦିନ ସକାଳ ୭ଟାରେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏନେଇ ତାଙ୍କ ଭାଇ ବିପିନ ବିହାରୀ ମିଶ୍ର ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ଆଉ ନାହାନ୍ତି ପୂର୍ବତନ ଡ଼ିଜିପି ଶରତ ମିଶ୍ର । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । କିଛି ଦିନ ତଳେ ସେ ଡ଼େଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା । ସେ ୧୯୫୯ ବ୍ୟାଚର ଆଇପିଏସ୍ (IPS) ଥିଲେ । ସେ ଦୀର୍ଘ ଦିନ ଧରି ‘ର’  (RAW) ପାଇଁ ମଧ୍ୟ କାମ କରିଥିଲେ । ଅବସର ହେବାପରେ ସେ ଶିକ୍ଷା, ପଢିବା ବିଭିନ୍ନ ସମାଜର ବିଭିନ୍ନ ପ୍ରସଙ୍ଗ ନେଇ ଲେଖାଲେଖି କରୁଥିଲେ ।  ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର  ମଧ୍ୟ ପାଇଥିଲେ।

Show More

Related Articles

Back to top button