ମନୋରଞନମନୋରଞ୍ଜନ

୮୧ତମ ଜନ୍ମଦିନ ପାଳିଲେ ବିଗ ବି

ଆସନ୍ତାକାଲି ମେଗାଷ୍ଟାର୍‌ ଅମିତାଭ ବଚ୍ଚନଙ୍କ ଜନ୍ମଦିନ।  ଏବର୍ଷ ୮୧ତମ ଜନ୍ମଦିନ ପାଳନ କରିବେ ବିଗ୍‌ ବି। ‘କୌନ ବନେଗା କରୋଡ଼ପତି’ ସେଟ୍‌ରେ ବିଗ୍‌ ବିଙ୍କ ଜନ୍ମଦିନ ପାଳନ ‌ବେଳେ ସେ ‌ଖୁସିରେ କାନ୍ଦି ପକାଇଛନ୍ତି। ଆସନ୍ତାକାଲି ସେ ୮୧ ବର୍ଷର ହୋଇଯିବେ। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ‘କେବିସି’ ମଞ୍ଚରେ ବିଗ୍‌ ବିଙ୍କ ଜନ୍ମଦିନ ବଡ଼ ଧୁମ୍‌ଧାମ୍‌ରେ ପାଳନ କରାଯାଇଛି।କେବଳ ଏତିକି ନୁହେଁ ଭାରତୀୟ ସିନେ ଇଣ୍ଡଷ୍ଟ୍ରିର ନାମୀଦାମୀ ମେଗାଷ୍ଟାର୍‌ ତାଙ୍କ ଜନ୍ମଦିନ ଅବସରରେ ଆଗୁଆ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି। ମଞ୍ଚରେ ଦର୍ଶକ ଓ ସିନେ ଷ୍ଟାରଙ୍କ ଭଲପାଇବା ଦେଖି ନିଜ ଲୁହକୁ ରୋକି ପାରିଲେନି ଅମିତାଭ। ମଞ୍ଚ ଉପରେ ହିଁ ଖୁସିରେ ସମସ୍ତଙ୍କ ସାମ୍ନାରେ କାନ୍ଦିବାକୁ ଲାଗିଲେ ଅମିତାଭ।

ନିଜେ କାନ୍ଦିବା ସହ ‘ଆଉ କେତେ କନ୍ଦାଇବ ତୁମେ?’ ବୋଲି କହି ସମସ୍ତଙ୍କୁ ଚୁପ୍‌ କରାଉଛନ୍ତି ବିଗ୍‌ ବି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘‘ମୁଁ ସମସ୍ତଙ୍କୁ ଟିସ୍ୟୁ ଦେଇଥାଏ। ଆଜି ମୋ ପାଳି ଆସିଛି। ଏହି ମଞ୍ଚରେ ମୋ ଜନ୍ମଦିନ ପାଳନ ପ୍ରଥା ଅତିଉତ୍ତମ।’’ ତେବେ ବଚ୍ଚନଙ୍କୁ ଅଭିନେତ୍ରୀ ବିଦ୍ୟା ବାଲନ, ଅଭିନେତା ଭିକି କୌଶଲ, ଚିରଞ୍ଜୀବି, ବୋମୋନ ଇରାନି ଆଦି ସିନେ ଷ୍ଟାର ଭିଡିଓ ମେସେଜ୍‌ ପଠାଇ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ସୂଚନା ଅନୁଯାଇ ଗତବର୍ଷ ବିଗ୍‌ ବିଙ୍କ ୮୦ ତମ ଜନ୍ମଦିନ ପାଳନ ବେଳେ ପତ୍ନୀ ଜୟା ବଚ୍ଚନ ଓ ପୁତ୍ର ଅଭିଷେକ ବଚ୍ଚନ ମଞ୍ଚରେ ଉପସ୍ଥିତ ଥିଲେ। ସେ ସମୟରେ ମଧ୍ୟ ବିଗ୍‌ ବି ଖୁବ୍‌ ଭାବୁକ ହୋଇ ପଡ଼ିଥିଲେ।

Show More

Related Articles

Back to top button