Breaking PLUSଓଡ଼ିଶାମୁଖ୍ୟ ଖବର

ଅକ୍ଟୋବର 31ଯାଏ ବସ୍ ଧର୍ମଘଟ ସ୍ଥଗିତ

ରାଜ୍ୟବ୍ୟାପୀ ବସ ଧର୍ମଘଟ ସ୍ଥଗିତ । ଆଜିଠାରୂ ଧର୍ମଘଟ ପାଇଁ ଡାକରା ଦିଆଯାଇଥିଲା । ତେବେ ଏହି ଧର୍ମଘଟ ସ୍ଥଗିତ ରଖିବା ପାଇଁ ରାଜ୍ୟ ଘରୋଇ ବସ ମାଲିକ ସଂଘନିଷ୍ପତ୍ତି ନେଇଛି। ଅକ୍ଟୋବର ୩୧ ଯାଏ ଧର୍ମଘଟ ସ୍ଥଗିତ ରଖିବାକୁ ସ୍ଥିର ହୋଇଛି।

ରାଜ୍ୟ ଘରୋଇ ବସ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ଏ ନେଇ ସୂଚନା ଦେଇଛନ୍ତ। ବିଭିନ୍ନ ଦାବି ପୂରଣ ନେଇ ବସ ଧର୍ମଘଟ ଡାକରା ଦିଆଯାଇଥିଲା। ସୋମବାର ସିଏମଓ ଓ ବସ ମାଲିକ ସଂଘ ବୈଠକ ବସିଥିଲା। ବୈଠକ ସଫଳ ହୋଇ ନ ଥିଲେ ମଧ୍ୟ ଆଲୋଚନା ସକାରାତ୍ମକ ହୋଇଥିବା ବସ ସଂଘ ପକ୍ଷରୁ କୁହାଯାଇଥିଲା। ଅପରାହ୍ନରେ ବସ ମାଲିକ ସଂଘ କର୍ମକର୍ତ୍ତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ବସ ଧର୍ମଘଟ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଥିଲା ।

Show More

Related Articles

Back to top button