ସ୍ୱତନ୍ତ୍ର

ବିକାଶ ପାଇଁ ବିଭାଜନ ଜରୁରୀ କି ?

ଗଞ୍ଜାମ, ସୌମ୍ୟ ରଞ୍ଜନ ନାୟକ: ଓଡ଼ିଆ ଜାତି ଓ ମାଟି ସାରା ଭାରତରେ ସ୍ୱତନ୍ତ୍ର । ଭାଷା ଭିତ୍ତିରେ ସାରା ଭାରତର ପ୍ରଥମ ରାଜ୍ୟ ଭାବେ ମାନ୍ୟତା ପାଇଥିଲା ଓଡିଶା । ଭାଷାର ମୌଳିକତାକୁ ନେଇ ଆମ ଭାଷା ଶାସ୍ତୀୟ ଭାଷାର ମାନ୍ୟତା ପାଇଥିଲା ଽ ତେବେ ସାରା ଓଡ଼ିଆ ଜାତି ସବୁବେଳେ ନିଜର ପରିଚୟ ପାଇଁ ଅନେକ ସଂଗ୍ରାମ କରିଛି । ମହାନ ଐତିହ୍ୟ ଓ ସଂସ୍କୃତିରେ ଭରା ଉତ୍କଳ ଖ୍ରୀଷ୍ଟପୂର୍ବ ୧୫୬୮ ଆଫଗାନମାନଙ୍କ ଦ୍ୱାରା ଶାସନ ପରେ ମୋଗଲ ଓ ମରାହଟ୍ଟା ଶାସନରେ ଅତିଷ୍ଠ ହୋଇପଡ଼ିଥିବା ବେଳେ ୧୮୦୩ ମସିହାରେ ଉତ୍କଳ ଇଂରେଜ ଶାସନାଧିନ ହୋଇଥିଲା । ଏହା ପରେ ପରାଧିନ ଉତ୍କଳ ନିଜର ପରଚୟ ଖୋଜିବା ପାଇଁ ସଂଘର୍ଷ ଆରମ୍ଭ କରିଥିଲା ।

ବିଖଣ୍ଡିତ ଉତ୍କଳର ସୁରକ୍ଷା ପାଇଁ ୧୮୬୮ ମସହାରେ ‘ଉତ୍କଳ ସଭା’ ନାମରେ ଏକ ସଂଗଠନ ଗଢ଼ି ଉଠିଥିଲା । ଗଞ୍ଜାମ ଠାରେ ଅନଷ୍ଠିତ ୧୯୦୩ ମସିହା ଉତ୍କଳ ସମ୍ମିଳନୀରେ ଓଡ଼ିଶାରକୁ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠନ ପାଇଁ ପ୍ରସ୍ତାବ ପାରିତ ହୋଇଥିଲା । ଓଡ଼ିଶାର ଉତ୍କଳଗୌରବ ମଧୂସୁଦନ ଦାସ ଓ ନବକୃଷ୍ଠ ଚୌଧୁରୀ ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ ।ଓଡ଼ିଶାର ଓଡ଼ିଶାକୁ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଦାବୀ କରି ପାରଳା ମହାରାଜ କୃଷ୍ଠଚନ୍ଦ୍ର ଗଜପତି ଇଂରେଜ ସରକାରଙ୍କ ପ୍ରଶାସନିକ ଅଧିକାରୀ ମଣ୍ଟେଗୁ ଚେମ୍ସଙ୍କ ନିକଟରେ ଦାବି ଉପସ୍ଥାପନା କରିଥିଲେ । ୧୯୩୧ ମସିହା ଦ୍ୱିତୀୟ ଗୋଲଟେବୁଲ ବୈଠକରେ ମହାରାଜ କୃଷ୍ଠଚନ୍ଦ୍ର ଗଜପତି ଓଡ଼ିଶାର ଦାବୀକୁ ଦୃଢ଼ ଭାବେ ଉପସ୍ଥାପନା କରିଥିଲେ । ଏହା ପରେ ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଇଂରେଜ ପାର୍ଲାମେଣ୍ଟର ଅନୁମୋଦନ କ୍ରମେ ଓଡ଼ିଶାକୁ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶର ମାନ୍ୟତା ପ୍ରଦାନ କରାଗଲା ।

ନବ ଓଡ଼ିଶାର ନିର୍ମାତା ମାନେ କେବେ ହେଲେ ଭାବିନଥିବେ ଯେ ଓଡ଼ିଶାକୁ ଖଣ୍ଡବିଖଣ୍ତିତ କରିବା ପାଇଁ କିଛି ଲୋକ ଆନ୍ଦୋଳନ ଆରମ୍ଭ କରିବେ । ଆଜି କିଛି ଲୋକ କୁଚକ୍ରାନ୍ତ କରି ଓଡ଼ିଆ ଜାତିର ଏକତା ଓ ଅଖଣ୍ଡତା ଉପରେ ବିପଦ ସୃଷ୍ଟି କରୁଛନ୍ତି । ତେଣୁ ଓଡ଼ିଆ ଜାତିର ଅସ୍ମିତାକୁ ହଟାଇ ଦେବାକୁ ଏବେ ଏକ ପ୍ରୟାସ ଆରମ୍ଭ ହୋଇଛି । ଓଡ଼ିଶାର ୩୦ଟି ଜିଲ୍ଲାରୁ ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାକୁ ନେଇ କୋଶଲ ରାଜ୍ୟ ଗଠନ ପାଇଁ ଦାବୀ ଆରମ୍ଭ କରିଛନ୍ତି କିଛି ସଂଗଠନ । ପଶ୍ଚିମ ଓଡ଼ିଶାର ବିକାଶ ହୋଇନଥିବା କହି ସେମାନେ ଏକ ସ୍ୱତନ୍ତ୍ର କୋଶଲ ରାଜ୍ୟ କରିବାକୁ ଦାବୀ କରି ଆନ୍ଦୋଳନକୁ ତୀବ୍ର କରୁଛନ୍ତି । ସରକାର ସେମାନଙ୍କ ଆନ୍ଦୋଳନକୁ ଆଖି ଆଗରେ ରଖି ସେହି ସମସ୍ତ ଜିଲ୍ଲାର ବିକାଶ ପାଇଁ ‘ପଶ୍ଚିମ ଓଡ଼ିଶା ବିକାଶ ପରିଷଦ’ ଗଠନ କରି ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି । ଏହା ପରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଦାବୀ କରି ଆସୁଛନ୍ତି । କିନ୍ତୁ ଓଡ଼ିଶାର ବିକାଶ ଆମେ ସାଢ଼େ ଚାରିକୋଟି ଓଡ଼ିଆ ମିଶିଲେ ଏହା ସମ୍ଭବ ହୋଇ ପାରିବ । ଏବେ ଓଡ଼ିଶାର ସ୍ୱାର୍ଥରକ୍ଷା ପାଇଁ ପ୍ରତିଟି ଓଡ଼ିଆ ଏକ ହୋଇ ଲଡ଼ିବାର ସମୟ ।୨୦୧୪ ମସିହାରେ ଆମ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ପରେ ବିଶ୍ୱ ଦରବାରରେ ଓଡ଼ିଆ ଭାଷାର ମର୍ଯ୍ୟଦା ବଢ଼ି ଚାଲିଛି ।

Show More

Related Articles

Back to top button
Close