ଓଡ଼ିଶା

ରାଜଧାନୀରୁ ୧୬ କରୋନା ସଂକ୍ରମିତ ଚିହ୍ନଟ, ୨ ସ୍ଥାନୀୟ ସଂକ୍ରମଣ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରୁ ଆଜି ଆଉ ୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି I ସେଥିମଧ୍ୟରୁ ୧୬ ଜଣ ସଂକ୍ରମିତ ହେଉଛନ୍ତି ରାଜଧାନୀ ଭୁବନେଶ୍ୱରର I ୧୪ଟି ସଂକ୍ରମଣ ମାମଲା ହୋମ୍ କ୍ୱାରେଣ୍ଟାଇନ୍ ଥିବାବେଳେ ଅବଶିଷ୍ଟ 2ଟି ସ୍ଥାନୀୟ ସଂକ୍ରମଣ I ଏନେଇ ବିଏମସି ସୂଚନା ଦେଇଛି I

ପଳାଶୁଣୀ କପିଳେଶ୍ୱର ବିହାରର ୨୫ ବର୍ଷୀୟ ପୁରୁଷ କରୋନାରେ ଆକ୍ରାନ୍ତ ହୋଇଛନ୍ତି I ସେ ଭଦ୍ରକ ଯ଼ାଇଥିବା ସୂଚନା ମିଳିଛି I ଘରୋଇ ହସ୍ପିଟାଲରେ ସର୍ଭିସ୍ ପ୍ରୋଭାଇଡର ଥିବା ଅନ୍ୟ ଜଣେ ୩୨ ବର୍ଷୀୟ ପୁରୁଷ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି I

ହୋମ୍ କ୍ୱାରେଣ୍ଟାଇନରେ ଥିବା ଶ୍ରୀବିହାରର ଗୋଟିଏ ପରିବାରରୁ ୩ ଜଣ, ଜୟଦେବ ବିହାରର ଗୋଟିଏ ପରିବାରରୁ ୨ ଜଣ, ୟୁନିଟ୍-୪ ଶାସ୍ତ୍ରୀ ନଗରର ଗୋଟିଏ ପରିବାରରୁ ୨ ଜଣ, ଡୁମଡୁମା ଫେଜ୍-୧ରୁ ଜଣେ, କଳିଙ୍ଗ ବିହାରରୁ ଜଣେ, ସତ୍ୟ ନଗରରୁ ଜଣେ, ନୟାପଲ୍ଲୀ ଶବରସାହିରୁ ଜଣେ, ରସୁଲଗଡ଼ ନେତାଜୀ ବିହାରରୁ ଜଣେ, ଯ଼ଦୁପୁରରୁ ଜଣେ, ୟୁନିଟ୍-୩ ମସଜିଦ୍ କଲୋନୀରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି I

ଗଞ୍ଜାମରେ ଆଉ ଏକ ମୁଣ୍ଡ ନେଲା କରୋନା, ୫୦ ବର୍ଷୀୟ ପୁରୁଷ ମୃତ

Show More

Related Articles

Back to top button