Breaking PLUSଦେଶ ବିଦେଶମୁଖ୍ୟ ଖବର

ଏଲନ ମସ୍କଙ୍କୁ ପଛରେ ପକାଇ ଦୁନିଆର ତୃତୀୟ ସବୁଠୁ ଧନୀ ବ୍ୟକ୍ତି ହେଲେ ଜୁକରବର୍ଗ

ନୂଆଦିଲ୍ଲୀ-ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକର ପେରେଂଟ କଂପାନି ମେଟାର ଫାଉଂଡର ମାର୍କ ଜୁକରବର୍ଗ ଦୁନିଆର ତୃତୀୟ ସବୁଠୁ ଧନୀ ବ୍ୟକ୍ତି ହୋଇଛନ୍ତି । ଜୁକରବର୍ଗ ଟେସଲାର ମାଲିକ ଏଲନ ମସ୍କଙ୍କୁ ପଛରେ ପକାଇ 2020 ପରେ ପ୍ରଥମ ଥର ଏହି ସ୍ଥାନ ହାସଲ କରିଛନ୍ତି । ଅନ୍ୟପଟେ ଫ୍ରାନ୍ସର ବନାର୍ଡା ଅରନାଲ୍ଟ 223 ଆରବ ଡଲାରର ନେଟୱାର୍ଥ ସହିତ ପ୍ରଥମ ସ୍ଥାନରେ ଅଛନ୍ତି ।
ବ୍ଲୁମବର୍ଗ ବିଲିୟେନିୟର୍ସ ଇଂଡେକ୍ସ ଶନିବାର ଜାରି ତାଜା ତାଲିକା ଅନୁସାରେ ମାର୍କ ଜୁକରବର୍ଗଙ୍କ ସଂପତ୍ତି 2020 ପରେ ପ୍ରଥମ ଥର ବୃଦ୍ଧି ପାଇ 187 ଆରବ ଡଲାର ହୋଇଛି । ଅନ୍ୟପଟେ ଏଲନ ମସ୍କଙ୍କ ପ୍ରାୟ ସପତ୍ତି 181 ଆରବ ଡଲାର ରହିଛି । ଏପରି ସ୍ଥିତିରେ ଏଲନ ମସ୍କ ଦୁନିଆର ସବୁଠୁ ଧନୀ ଲୋକ ତାଲିକାରେ ଏବେ ଚତୁର୍ଥ ସ୍ଥାନରେ ରହିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button