Breaking PLUSମୁଖ୍ୟ ଖବର

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ସୋଶିଆଲ ମିଡିଆରେ ଧମକ ଦେଇ ଯୁବକ ଗିରଫ

ମୁମ୍ବାଇ- ମୁମ୍ବାଇ ପୋଲିସ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ତାଙ୍କ ପୁଅ ସାଂସଦ ଶ୍ରୀକାନ୍ତ ସିନ୍ଦେଙ୍କୁ ସୋସିଆଲ ମିଡିଆରେ ଧମକ ଦେଇଥିବା ଅଭିଯୁକ୍ତ ଶୁଭମ ୱାକଡ (19ବର୍ଷ)କୁ ଗିରଫ କରିଛି । ମୁମ୍ବାଇ ପୋଲିସ ଏହି ମାମଲାର ଛାନଭିନ୍ କରୁଛି ।
ପୋଲିସ ସୂଚନା ଅନୁସାରେ ଅଭୟ ନାମରେ ଜଣେ ୟୁଜର୍ସ ଫେବୃୟାରୀ 11ରେ ସୋସିଆଲ ମିଡିଆ ବାର୍ତ୍ତାରେ ପୋଷ୍ଟ କରିଥିଲା, ଯେଉଁଥିରେ ଗୁଣ୍ଡାଗର୍ଦ୍ଦିରେ ସାମିଲ ହେବାର ଆଗ୍ରହ ପ୍ରକାଶ କରି ମାର୍ଗଦର୍ଶନ ମାଗିଥିଲା । ଅଭିଯୁକ୍ତ ଶୁଭମ ଏହି ପୋଷ୍ଟରେ ପ୍ରତିକ୍ରିୟା ରଖି କହିଥିଲା ଯେ, ଗୋଟିଏ ଅସ୍ତ୍ର କିଣି ମୁଖ୍ୟମନ୍ତ୍ରୀ ଓ ତାଙ୍କର ପୁଅକୁ ନିଶାନ କର । ଏହି ପୋଷ୍ଟରେ ମୁମ୍ବାଇ ପୋଲିସ ଅଭିଯୁକ୍ତ ବିରୁଦ୍ଧରେ ଆଇପିସି ଧାରା 506 (2) ଓ 505 (1)(ବି) ଆଧାରରେ ମାମଲା ରୁଜୁ କରିଛି । ମାମଲାର ଛାନଭିଦ ପରେ ପୋଲିସ ୱାକଡକୁ ପୁଣେରୁ ଗିରଫ କରିଛି ।

Show More

Related Articles

Back to top button