Breaking PLUSଦେଶମୁଖ୍ୟ ଖବର

ଦ୍ୱାରକାରେ ଜଗତ ମନ୍ଦିରରେ ପୂଜା କଲେ ପିଏମ ମୋଦି

ଦ୍ୱାରକା- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଓଖାରେ ସୁଦର୍ଶନ ସେତୁର ଲୋକାର୍ପଣ ପରେ ରୋଡ ଶୋରେ ଦ୍ୱାରକାରେ ପହଞ୍ଚିଥିଲେ । ସେ ସେଠାରେ ଜଗତ ମନ୍ଦିରରେ ପୂଜା କରିଥିଲେ ।
ଶନିବାର ଦୁଇ ଦିବସୀୟ ଯାତ୍ରାରେ ଗୁଜରାଟ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସକାଳେ ଭେଟ୍ ଦ୍ୱାରକାରେ ଭଗବାନ ଶ୍ରୀକୃଷ୍ଣଙ୍କ ଦର୍ଶନ-ପୂଜନ କରିଥିଲେ । ଏହାପରେ ସେ ଓଖା ଓ ଭେଟ୍ ଦ୍ୱାରକାକୁ ଯୋଡୁଥିବା ସୁଦର୍ଶନ ସେତୁର ଲୋକାର୍ପଣ କରିଥିଲେ ।
ଏହାପରେ ଲୋକଙ୍କ ଅଭିବାଦନ ଗ୍ରହଣ କରି ସେ ସଡକମାର୍ଗରେ ଦ୍ୱାରକାରେ ପହଞ୍ଚିଥିଲେ । ସେଠାରେ ବିଶ୍ୱ ବିଖ୍ୟାତ ଓ ରାଜା ଶ୍ରୀକୃଷ୍ଣଙ୍କ ସ୍ୱରୂପ ଦ୍ୱାରକାଧୀଶ ଜଗତ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଏଠାରେ ଦ୍ୱାରକାଧୀଶଙ୍କ ଛୋଟ ମୂର୍ତ୍ତି ଅଭିଷେକ କରିଥିଲେ । ତୁଳସୀ ଜଳ ନେଇ ବିଷ୍ଣସହସ୍ରନାମ ପାଠ କରିଥିଲେ । ଏଠାରେ ଭଗବାନ ଶ୍ରୀକୃଷ୍ଣଙ୍କ ଶ୍ରେଷ୍ଠ ସ୍ୱରୂପ ଦ୍ୱାରକାଧୀଶ ରୂପରେ ବିରାଜମାନ ।
ଦ୍ୱାରକାଧୀଶ ମନ୍ଦିରର ମହନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଲ୍ ଦେଇ ସମ୍ମାନିତ କରିଥିଲେ । ପ୍ରଧାନମନ୍ତ୍ରୀ ଜଗତ ମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ଅଭିବାଦନ ସ୍ୱୀକାର କରିଥିଲେ ।

Show More

Related Articles

Back to top button