Breaking PLUS

ଏଣିକି ଅନଲାଇନ୍ ସପିଂ ପାଇଁ ଆଉ ଦରକାର ପଡିବନି ଆଡ୍ରେସ

ଏଣିକି ଅନଲାଇନରେ ସପିଂ କରିବାକୁ ଦରକାର ପଡିବନି ଆଡ୍ରେସ । ଏହାସହ ପ୍ରପର୍ଟି ଟ୍ୟାକ୍ସ ଦେବା ପାଇଁ ମଧ୍ୟ ଆପଣଙ୍କର ଘରର ଠିକଣା ଆଉ ଜରୁରୀ ହେବ ନାହିଁ । କେନ୍ଦ୍ର ସରକାର ଏହା ଉପରେ କାର୍ଯ୍ୟ କରୁଛନ୍ତି । ଏହି ନୂଆ ସିଷ୍ଟମ ଲାଗୁ ହେବା ଫଳରେ ଆପଣଙ୍କୁ ଆଧାର ପରି ଏକ ୟୁନିକ୍ କୋଡ୍ ମିଳିବ, ଯାହାକି ଆପଣଙ୍କର ଆଡ୍ରେସ୍ ପରି କାର୍ଯ୍ୟ କରିବ ।

ଏହି କୋଡର ସହାୟତାରେ ଆପଣଙ୍କର ଅନଲାଇନ ସାମଗ୍ରୀ ଡେଲିଭରି ହୋଇପାରିବ । ସରକାର ଏଥିପାଇଁ ‘ଡିଜିଟାଲ ଆଡ୍ରେସ୍ କୋଡ’ ବା DAC ଉପରେ କାର୍ଯ୍ୟ କରୁଛନ୍ତି । ଦେଶର ପ୍ରତ୍ୟେକ ଠିକଣାକୁ ଗୋଟିଏ ଡିଜିଟାଲ କୋଡର ରୂପ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଭାରତ ସରକାରଙ୍କ ଡାକ ବିଭାଗ ଏହି ସିଷ୍ଟମକୁ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତି ଚଳାଇଛି । ଏନେଇ ଡାକ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି । ତେବେ ଏହା ଉପରେ ସମସ୍ତଙ୍କଠାରୁ ମତାମତ ଲୋଡ଼ା ଯାଇଥିବା ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି । ବର୍ତ୍ତମାନ ସମୟରେ ଆଧାର କାର୍ଡକୁ ଅଧିକାଂଶ କ୍ଷେତ୍ରରେ ଆଡ୍ରେସ୍ ପ୍ରୁଫ୍ ଭାବେ ବ୍ୟବହାର କରାଯାଉଛି । ମାତ୍ର ଆଧାର କାର୍ଡରେ ଯେଉଁ ଠିକଣା ଲେଖା ଥାଏ, ତାହାକୁ ଡିଜିଟାଲି ଭେରିଫାଏ କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ । ଫଳରେ ଡିଏସିରେ ଲେଖାଯାଇଥିବା ଆଡ୍ରେସକୁ ଡିଜିଟାଲ ମାଧ୍ୟମରେ ଭେରିଫାଏ କରାଯାଇପାରିବ । ଡିଏସି ଏକ ୟୁନିକ ନମ୍ବର ହେବା ସହ ଏଥିରେ ଅନଲାଇନ ଡେଲିଭରି ଓ ଅନ୍ୟ ସେବା ପାଇଁ କ୍ୟୁଆର କୋଡକୁ ସ୍କାନ କରାଯିବ । ଏଥିରେ ଡିଜିଟାଲ ମ୍ୟାପର ସୁବିଧା ମିଳିବା ସହ ଆଡ୍ରେସ ବିଷୟରେ ସୂଚନା ମିଳିପାରିବ ବୋଲି ଡାକ ବିଭାଗ ପକ୍ଷରୁ କୁହାଯାଇଛି ।

Show More

Related Articles

Back to top button