ଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଏଣିକି ୫୦ ବର୍ଷ ଛୁଇଁଲେ କରିପାରିବେନି ଚାକିରୀ

ଲକ୍ଷ୍ନୌ : ଏଣିକି ୫୦ ବର୍ଷ ଛୁଇଁଲେ କରିପାରିବେନି ଚାକିରୀ । ଅବସର ବୟସସୀମାରେ ବଡ଼ ଧରଣର ପରିବର୍ତ୍ତନ କରିଛନ୍ତି ୟୁପି ସରକାର । ଅର୍ଥାତ୍ ୫୦ ବର୍ଷ ପରେ ଆପଣ ଆଉ କରିପାରିବେନି ଚାକିରି ।

ଏହି ନିୟମକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଥିବାବେଳେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । କାରଣ ଯୋଗୀ ସରକାର ସରକାରୀ ବିଭାଗରେ କାର୍ଯ୍ୟ କରୁଥିବା ୫୦ବର୍ଷରୁ ଅଧିକ ବୟସର କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ ନିଷ୍ପତ୍ତି ନେଇଛନ୍ତି । ତେଣୁ ସରକାରଙ୍କ ଏହି ନିୟମରେ ଚାକିରିଆ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଜୁଲାଇ ୩୧ସୁଦ୍ଧା ଦୁର୍ନୀତିଗ୍ରସ୍ତ, ଗୁରୁତର ଅସୁସ୍ଥ ଥିବା କର୍ମଚାରୀ, କାର୍ଯ୍ୟ ନକରିବା ସ୍ଥିତିରେ ଥିବା କର୍ମଚାରୀ ବା କୌଣସି ଯାଞ୍ଚରେ ଫସିଥିବା କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇ ଅଗଷ୍ଟ ୧୫ ସୁଦ୍ଧା ଅବସରପ୍ରାପ୍ତ କର୍ମଚାରୀଙ୍କ ବିଷୟରେ ଏକ ରିପୋର୍ଟ ଦାଖଲ କରିବାକୁ ସାଧାରଣ ପ୍ରଶାସନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗୀ । ଯେଉଁଥିପାଇଁ ସରକାରୀ କର୍ମଚାରୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖା ଦେଇଛି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୫୦ବର୍ଷ ପୂରଣ କରିଥିବା ସମସ୍ତ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବ ନାହିଁ । ବରଂ ଯେଉଁମାନେ ଭଲ କାମ କରୁଛନ୍ତି, ଯାହାଙ୍କ ନାଁରେ କୌଣସି ଦୁର୍ନୀତି ଥିବା ସେମାନଙ୍କୁ କାର୍ଯ୍ୟରୁ ବରଖାସ୍ତ କରାଯିବ ବୋଲି ସୂଚନା ମିଳିଛି ।

 

 

Show More

Related Articles

Back to top button