Breaking PLUSଭକ୍ତିମୁଖ୍ୟ ଖବର

ଅମରନାଥ ଯାତ୍ରାରେ ଫସିରହିଛନ୍ତି ୫ ଜଣ ବ୍ୟକ୍ତି

ରାୟଗଡ଼ା : ପବିତ୍ର ଅମରନାଥ ଯାତ୍ରାରେ ରାୟଗଡ଼ା ସହରର ୫ ଜଣ ବ୍ୟକ୍ତି ଫସିରହିଥିବା ଜଣାପଡ଼ିଛି । ଗତକାଲି ବାଦଲଫଟା ବର୍ଷା ପରେ ସେଠାରେ ଯାତାୟତରେ ଅସୁବିଧା ସୃଷ୍ଟି ହୋଇଛି । ଫସି ରହିଥିବା ୫ ଜଣ ହେଲେ ବସନ୍ତ କୁମାର ସେନାପତି, ସୈମ୍ୟ ରଞ୍ଜନ ପାତ୍ର, କେ ରବି କୁମାର, ଟୁକୁନା ପ୍ରଧାନ ଓ ନିହାର ରଞ୍ଜନ ପାତ୍ର । ଗତକାଲି ଏହି ପାଞ୍ଚ ଜଣ ଅନ୍ୟ ଶ୍ରଦ୍ଧାଳୁ ସହିତ ମିଶି ପବିତ୍ର ଅମରନାଥ ଗୁମ୍ଫାରେ ଦର୍ଶନ କରିଥିଲେ । ଏହାପରେ ଜମ୍ମୁ ଅଭିମୁଖେ ଯାଉଥିବା ବେଳେ ବାଦଲଫଟା ବର୍ଷା ହୋଇଥିଲା । ସେହି ସମୟରେ ଏହି ପାଞ୍ଚ ଜଣ ସେନା କ୍ୟାମ୍ପରେ ରହିଥିଲେ । ହେଲେ ଆଜି ଭୂକମ୍ପ ଓ ବନ୍ୟା ଯୋଗୁଁ ଯାତାୟାତ ପ୍ରଭାବିତ ହୋଇଛି । ଫଳରେ ଏହି ୫ ଶ୍ରଦ୍ଧାଳୁ ଫସି ରହିଥିବା ସୂଚନା ମିଳିଛି । ୧୭ କିଲୋମିଟର ଚାଲି ଯିବାପରେ କୌଣସି ବାହାନ ମିଳିବ ବୋଲି ଏକ ଭିଡିଓ ଜାରି କରିଛନ୍ତି ।

Show More

Related Articles

Back to top button