Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଯୋଗୀ

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ସୋସିଆଲ ମିଡିଆ ଏକ୍ସରେ ଯୋଗୀ କହିଛନ୍ତି ଯେ, ମାଆ ଭାରତୀର ପରମ ଉପାସକ, ନୂଆ ଭାରତର ଶିଳ୍ପକାର, ବିକଶିତ ଭାରତର ସ୍ୱପ୍ନଦ୍ରଷ୍ଟା, ଏକ ଭାରତ-ଶ୍ରେଷ୍ଠ ଭାରତ ପ୍ରତି ସଂକଳ୍ପିତ, ବିଶ୍ୱର ସର୍ବାଧିକ ଲୋକପ୍ରିୟ ରାଜନେତା, ଦେଶର ଯଶସ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା । ବିକଶିତ ଭାରତର ନିର୍ମାଣ ପାଇଁ ଆପଣଙ୍କ ସମର୍ପଣ ଓ ଦୃରଦୃଷ୍ଟି ଅତୁଳନୀୟ । ପ୍ରଭୁ ଶ୍ରୀରାମଙ୍କ କୃପାରୁ ଆପଣଙ୍କୁ ଦୀର୍ଘାୟୁ ଏବଂ ଉତ୍ତମ ସ୍ୱାସ୍ଥ୍ୟ ପ୍ରାପ୍ତ ହେଉ । ଆପଣଙ୍କ ଯଶସ୍ୱୀ ନେତୃତ୍ୱ ଆମ ସମସ୍ତଙ୍କୁ ପ୍ରାପ୍ତ ହେଉଥାଉ, ଏହାହିଁ କାମନା କରୁଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଲକ୍ଷ୍ନୌରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଜୀବନୀ ଉପରେ ଏକ ପ୍ରଦର୍ଶନୀ ଆୟୋଜିତ ହୋଇଥିବା ବେଳେ ଏଥିରେ ଯୋଗୀ ଆଦିତ୍ୟନାଥ ଯୋଗ ଦେଇଛନ୍ତି ।

Show More

Related Articles

Back to top button