Breaking PLUSଦେଶମୁଖ୍ୟ ଖବର

କାଳଭୈରଭ ଓ ଶ୍ରୀକାଶୀ ବିଶ୍ୱନାଥଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ବାରଣାସୀ, 18 ଡିସେମ୍ବର – ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ସକାଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନଙ୍କ ସହ ବାବା କାଳଭୈରଭ ଓ ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିର ଯାଇ ଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀ ବାବା ବିଶ୍ୱନାଥଙ୍କର ଷୋଡଶ ଉପଚାର ବିଧିରେ ପୂଜାର୍ଚ୍ଚନା କରି ରାଜ୍ୟବାସୀଙ୍କ କଲ୍ୟାଣ କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆଗମନକୁ ଦୃଷ୍ଟିରେ ରଖି କାଳଭୈରବ ମନ୍ଦିରର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱାଗତ ପାଇଁ ରବିବାରଠାରୁ ଦୁଇ ଦିବସୀୟ ବାରଣାସୀ ଗସ୍ତ କରିଛନ୍ତି ।

Show More

Related Articles

Back to top button