Breaking PLUSଦେଶମୁଖ୍ୟ ଖବର

ତାମିଲନାଡୁରେ ବନ୍ୟା ପରିସ୍ଥିତି, ସମସ୍ତ ସ୍କୁଲ ଛୁଟି ଘୋଷଣା

ଚେନ୍ନାଇ, 18 ଡିସେମ୍ବର – ତାମିଲନାଡୁର ଚାରୋଟି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଛି । ତିରୁନେଲଭେଲି, ଥୁଥୁକୁଡି, କନ୍ୟାକୁମାରୀ ଓ ତେନକାସୀ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ସମସ୍ତ ସ୍କୁଲ, କଲେଜ, ଘରୋଇ ସଂସ୍ଥା, ବ୍ୟାଙ୍କ ଛୁଟି ଘୋଷଣା କରାଯାଇଛି ।
ଥୁଥୁକୁଡି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ କଟ୍ଟବୋନ୍ନମ ନଗରର ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡିଛି । ପ୍ରବଳ ବର୍ଷା ଯୋଗୁ ଲୋକଙ୍କ ଘରେ ପାଣି ପଶିଛି । ଥୁଥୁକୁଡି ରେଳ ଷ୍ଟେସନ ମଧ୍ୟ ଜଳାର୍ଣ୍ଣବ ହୋଇଛି । ଅନେକ ଅଞ୍ଚଳରେ ପାଣି ପଶିବା ଯୋଗୁ ଆଚି ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ।
ଥେନି, ହିଣ୍ଡିଗୁଲ, ମଦୁରାଇ, ଶିବଗଙ୍ଗା ଓ ରାମନାଥପୁରମ ସହିତ 5ଟି ଜିଲ୍ଲାକୁ ବନ୍ୟା ଆଲର୍ଟ ଜାରି କରାଯାଇଛି ।

Show More

Related Articles

Back to top button