Breaking PLUSଓଡ଼ିଶାମୁଖ୍ୟ ଖବର

୧୦ ସହରର ରାତ୍ରୀ ତାପମାତ୍ରା ୧୦ ଡ଼ିଗ୍ରୀ ତଳେ

ଜି. ଉଦୟଗିରି ଓ କିରେଇରେ ସର୍ବନିମ୍ନ ୮ ଡ଼ିଗ୍ରୀ ରେକର୍ଡ଼

ଭୁବନେଶ୍ଵର, ୧୮ ଡିସେମ୍ବର – ଗତ କିଛି ଦିନ ହେଲା ରାଜ୍ୟରେ ଥଣ୍ଡା ବଢିଛି । ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି । ରାଜ୍ୟର ୧୦ ସହରର ରାତ୍ରୀ ତାପମାତ୍ରା ୧୦ ଡ଼ିଗ୍ରୀ ତଳେ ରହିଛି । ଆଜି କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ଏବଂ ସୁନ୍ଦରଗଡ଼ ଜିଲ୍ଲାର କିରେଇରେ ରାତ୍ରୀ ତାପମାତ୍ରା ସର୍ବନିମ୍ନ ୮ ଡ଼ିଗ୍ରୀ ରେକର୍ଡ଼ ହୋଇଛି ।

ସେହିପରି କୋରାପୁଟରେ ୮. ୬ ଡ଼ିଗ୍ରୀ, ଅନୁଗୁଳ ୯ ଡ଼ିଗ୍ରୀ, କେନ୍ଦୁଝରରେ ୯ ଡ଼ିଗ୍ରୀ, କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ୯ ଡ଼ିଗ୍ରୀ, କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ୯ ଡ଼ିଗ୍ରୀ, ଭଦ୍ରକ ଜିଲ୍ଲାର ରାଣୀତାଲରେ ୯.୬ ଡ଼ିଗ୍ରୀ, ସୁନ୍ଦରଗଡ଼ରେ ୯.୮ ଡ଼ିଗ୍ରୀ ଏବଂ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାରେ ରାତ୍ରୀ ତାପମାତ୍ରା ୯.୮ ଡ଼ିଗ୍ରୀ ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ଜାରି ହୋଇଥିବା ଟ୍ଵିଟ୍ରୁ ଏହି ସୂଚନା ମିଳିଛି ।

Show More

Related Articles

Back to top button