Breaking PLUSଓଡ଼ିଶାମୁଖ୍ୟ ଖବର

ବଜ୍ରପାତ ନେଇ 17 ଜିଲ୍ଲାକୁ ସତର୍କତା

ରାଜ୍ୟରେ ଏବେ କୌଣସି ପ୍ରକାର ଘୂର୍ଣ୍ଣିବଳୟର ପ୍ରଭାବ ନ ଥିବାବେଳେ ମୌସୁମୀ ଦୁର୍ବଳ ଅବସ୍ଥାରେ ରହିଛି। ଏପରିସ୍ଥିତିରେ ସୋମବାର ବାରିପଦାରେ ସର୍ବାଧିକ ୫୮ମିମି ବର୍ଷା ରେକର୍ଡ କରାଯାଇଛି। ସେହିଭଳି ଝାରସୁଗୁଡ଼ାରେ ୨୯ ମିମି ଓ ଜଗତସିଂହପୁରରେ ୨୭.୧ ମିମି ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୭ଟି ଜିଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଝଡ଼ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ ଏବଂ ନବରଙ୍ଗପୁର ଆଦି ଜିଲାର କିଛି ସ୍ଥାନରେ ବଜ୍ରପାତ ଆଶଙ୍କା ଥିବାରୁ ଏସବୁ ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ୨୭ ତାରିଖରୁ ରାଜ୍ୟର କିଛି ଜିଲାରେ ସ୍ବଳ୍ପ ଧରଣର ବର୍ଷା ହେବା ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

Show More

Related Articles

Back to top button