Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ହରଦୀପ ସିଂ ନିଜାର ଆତଙ୍କବାଦୀ ବୋଲି ପ୍ରମାଣ ଦେବ ଭାରତ

ହରଦୀପ ସିଂ ନିଜାର ଜଣେ ଖାଲିସ୍ତାନୀ ଆତଙ୍କବାଦୀ ବୋଲି ଭାରତ ପକ୍ଷରୁ ପ୍ରମାଣ ଉପସ୍ଥାପନ କରାଯିବ। ନ୍ୟାଶନାଲ ଇନଭେଷ୍ଟିଗେଶନ ଏଜେନ୍ସି (ଏନ୍‌ଆଇଏ)ର ଚାର୍ଜଶିଟରେ ଏହା ପ୍ରକାଶ ପାଇଛି ଯେ, ନିଜାର ଖାଲିସ୍ତାନ ଟାଇଗର ଫୋର୍ସର ମୁଖ୍ୟ ଥିଲେ। ନିଜାରଙ୍କ ଆତଙ୍କବାଦୀ କାର୍ଯ୍ୟକଳାପରେ ତାଙ୍କୁ କାନାଡାରେ ଆଶ୍ରୟ ନେଉଥିବା ଅର୍ଶଦୀପ ସାହାଯ୍ୟ କରିଥିଲେ। ଅର୍ଶଦୀପ ଏବଂ ନିଜାର ମିଳିତ ଭାବେ କାନାଡାରୁ ଟେରର କମ୍ପାନୀ ଚଳାଉଥିଲେ।

ନିକଟରେ ଭାରତ ସରକାରଙ୍କ ପକ୍ଷରୁ ଏକ ଗେଜେଟ ବିଜ୍ଞପ୍ତି ଜାରି କରାଯାଇଥିଲା। ଏଥିରେ ଅର୍ଶଦୀପ ଏବଂ ହରଦୀପ ସିଂ ନିଜାରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷିତ କରାଯାଇଥିଲା। ଗେଜେଟ ନୋଟିଫିକେସନ ଏସ୍‌.ଓ.୧୦୫(ଇ) ରେ କୁହାଯାଇଛି ଯେ, କାନାଡାରେ ବସିଥିବା ଅର୍ଶଦୀପ ଏବଂ ହରଦୀପ ସିଂ ନିଜାର ଖଲିସ୍ତାନ ଟାଇଗର ଫୋର୍ସର ଆତଙ୍କବାଦୀ ଅଟନ୍ତି। କୁହାଯାଉଛି ଆର୍ଶଦୀପ ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ଅତି ନିକଟତର ଥିଲେ।

Show More

Related Articles

Back to top button