ଦେଶ ବିଦେଶରାଜନୀତି

ବିଜେପିରେ ସାମିଲ ହେଲେ WWE ରେସଲର ଦ ଗ୍ରେଟ୍ ଖଲି

ରେସଲର ଦି ଗ୍ରେଟ୍ ଖଲି ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ।

WWE ରେସଲର ଖଲିଙ୍କୁ ଆଜି ଦିଲ୍ଲୀର ବିଜେପି ସଦସ୍ୟତା ପ୍ରଦାନ କରାଯାଇଛି । ପାଞ୍ଚଟି ରାଜ୍ୟରେ ଚାଲିଥିବା ବିଧାନସଭା ନିର୍ବାଚନ ମଧ୍ୟରେ ଦି ଗ୍ରେଟ୍ ଖଲିଙ୍କ ପ୍ରବେଶ ବିଜେପି ପାଇଁ ଲାଭଦାୟକ ହୋଇପାରେ । ହିମାଚଳ ପ୍ରଦେଶରେ ଖଲିଙ୍କ ଘର । ତାଙ୍କର ପ୍ରକୃତ ନାମ ହେଉଛି ଦଲିପ ସିଂ ରାଣା । ସୂଚନା ଥାଉକି, ଗତ ବର୍ଷ ଖଲି ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବଙ୍କୁ ମଧ୍ୟ ଭେଟିଥିଲେ ।

ଚର୍ଚ୍ଚା ହେଉଥିଲା କି ସେ ତାଙ୍କ ପାର୍ଟିରେ ମିଶିବେ । ହେଲେ ତା’ପରେ ଅଖିଳେଶ ତାଙ୍କ ସହିତ କ’ଣ ହେଲା, ତାହା ଜଣାପଡିଲାନି । ଏବେ ସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇ ସେ ବିଜେପିରେ ସାମିଲ ହୋଇଛନ୍ତି ।

Show More

Related Articles

Back to top button