ଦେଶ ବିଦେଶବାଣିଜ୍ୟ

RBI ଗଭର୍ଣ୍ଣର: ‘ଅର୍ଥନୀତି ପାଇଁ ବଡ଼ ବିପଦ କ୍ରିପ୍ଟୋକରେନ୍ସି’

କ୍ରିପ୍ଟୋକରେନ୍ସି ଭାରତୀୟ ଅର୍ଥନୀତି ପାଇଁ ବିପଦ । ଗୁରୁବାର ଆରବିଆଇ ମୁଦ୍ରା ନୀତି ଘୋଷଣା ଅବସରରେ ଏହି କଥା କହିଛନ୍ତି ଆରବିଆଇ ଗଭର୍ଣ୍ଣର ।

କ୍ରିପ୍ଟୋକରେନ୍ସି ଆମର ଅର୍ଥନୀତି ଏବଂ ବ୍ୟାପକ ଆର୍ଥିକ ସ୍ଥିରତା ପାଇଁ ବିପଦ ବୋଲି ଆରବିଆଇ ଗଭର୍ଣ୍ଣର କହିଛନ୍ତି । ଗଣମାଧ୍ୟମ ସହ କଥା ହୋଇ ଶକ୍ତିକାନ୍ତ ଦାସ କରିଛନ୍ତି, ‘କ୍ରିପ୍ଟୋକରେନ୍ସିକୁ ନେଇ ଆରବିଆଇର ଆଭିମୁଖ୍ୟ ସ୍ପଷ୍ଟ ରହିଛି । ଘରୋଇ କ୍ରିପ୍ଟୋକରେନ୍ସି ଆମ ଅର୍ଥନୀତି ଏବଂ ବ୍ୟାପକ ଆର୍ଥିକ ସ୍ଥିରତା ପାଇଁ ଏକ ବଡ଼ ବିପଦ’। ଏହାସହ ସେ କହିଛନ୍ତି, ‘କ୍ରିପ୍ଟୋକରେନ୍ସିରେ ନିବେଶକାରୀ ଧ୍ୟାନ ରଖିବା ଜରୁରୀ ଯେ, ସେମାନେ ନିଜ ବିପଦରେ ନିଜ ଅର୍ଥ ନିବେଶ କରୁଛନ୍ତି । ନିବେଶକଙ୍କୁ ଏହା ଅବଗତ କରାଇବା ଆମର କର୍ତ୍ତବ୍ୟ । ନିବେଶକ ଧ୍ୟାନ ରଖିବା ଜରୁରୀ ଯେ, ଏପରି ସମ୍ପତ୍ତିର କୌଣସି ଆଧାର ନଥାଏ’।

ଏହାଛଡା କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଥିବା ଡିଜିଟାଲ ମୁଦ୍ରା ଉପର ମଧ୍ୟ କେନ୍ଦ୍ରୀୟ ବ୍ୟାଙ୍କ ମତ ରଖିଛି । ଆରବିଆଇ ଡେପୁଟୀ ଗଭର୍ଣ୍ଣର ରବି ଶଙ୍କର କହିଛନ୍ତି, ଏହି ଡିଜିଟାଲ ମୁଦ୍ରା ସାମାନ୍ୟ, ଏବଂ ଫିଜିକଲ ଟଙ୍କା ପରି ହେବ। ଏହାସହ ଆରବିଆଇର ଡେପୁଟୀ ଗଭର୍ଣ୍ଣର, ଡିଜିଟାଲ ମୁଦ୍ରା ଏବଂ କ୍ରିପ୍ଟୋକରେନ୍ସିକୁ ନେଇ ଥିବା ଦ୍ୱନ୍ଦ୍ୱ ମଧ୍ୟ ଦୂର କରିଛନ୍ତି । ସେ କହିଛନ୍ତି, ସାଧାରଣ ନୋଟକୁ ଯେପରି ପର୍ସରେ ରଖାଯାଏ, ସେହିପରି ଡିଜିଟାଲ ମୁଦ୍ରାକୁ ମୋବାଇଲ ଫୋନରେ ରଖାଯାଇପାରିବ । ଡିଜିଟାଲ ମୁଦ୍ରା ଏବଂ କ୍ରିପ୍ଟୋକରେନ୍ସି ମଧ୍ୟରେ ଭିନ୍ନତା ଏହା ଯେ ଡିଜିଟାଲ ମୁଦ୍ରା ଆରବିଆଇ ଦ୍ୱାରା ଜାରି କରାଯିବ।

Show More

Related Articles

Back to top button