ଜୀବନଚର୍ଯ୍ୟା

ମହିଳାମାନେ ମଙ୍ଗଳବାର ଦିନ ଏହି ୩ଟି ଉପାୟ ଅବଲମ୍ବନ କଲେ ଘରକୁ ଆସିଥାନ୍ତି ମା ଲକ୍ଷ୍ମୀ

ଆପଣଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କୁ କହିଥିବାର ଶୁଣିଥିବେ ଯେ ମହିଳା ମାନେ ଘରର ଲକ୍ଷ୍ମୀ ଅଟନ୍ତି l ଆମ ହିନ୍ଦୁ ପରମ୍ପରାରେ କିଛି ଲୋକଙ୍କ ଦ୍ୱାରା ତିଆରି ହୋଇଥିବା ଏପରି କିଛି କିମ୍ବଦନ୍ତୀ ରହିଛି l ହିନ୍ଦୁ ଧର୍ମରେ ନାରୀ ମାନଙ୍କୁ ଗୋଟିଏ ବିଶେଷ ସ୍ଥାନ ଦିଅ ଯାଇଛି ଏହାର ମାନ୍ୟତା ଅନୁସାରେ ଯେଉଁ ଘରର ମହିଳା ମାନେ ଘରକୁ ଠିକ ଭାବରେ ବ୍ୟବସ୍ଥା କରି ଚଳାଇ ଥାନ୍ତି ଏବଂ ସମସ୍ତଙ୍କର ଆଦର ସତ୍କାର କରି ଥାନ୍ତି ,ସେହି ସ୍ଥାନକୁ କେବେବି କୌଣସି ପ୍ରକାରର ଅସୁବିଧା ଆସି ନଥାଏ କିମ୍ବା ଧନର ସମସ୍ୟା ମଧ୍ୟ ରୁହେ ନାହିଁ l ଯଦି ଏହି ସମସ୍ତ କାର୍ଯ୍ୟ ପରେ ଘରେ ଧନର ସମସ୍ୟା ରହୁଛି ତେବେ ମହିଳା ମାନେ ପ୍ରତେକ ମଙ୍ଗଳବାର ଦିନ ବାସ୍ତୁ ଶାସ୍ତ୍ରର କିଛି ଉପାୟ ଆପଣାନ୍ତୁ

ଏହା ଦ୍ୱାରା ନକେବଳ ଧନ ସମସ୍ୟା ଦୂର ହେବ ତାସାହିତ ଘରେ ସୁଖ ସମୃଦ୍ଧି ମଧ୍ୟ ବଢିବ l କେବଳ ଏତିକି ନୁହେଁ ଘରର ଅନ୍ୟ ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଯାଇଥାଏ l

* ମହିଳା ମାନେ ଯେତେବେଳେ ମଙ୍ଗଳବାର ସକାଳୁ ବିଛଣାରୁ ଉଠୁଛନ୍ତି ତେବେ ସ୍ମରଣ କରନ୍ତୁ ଯେ ଅଷ୍ଟ ଲକ୍ଷ୍ମୀ ଓ ବଜରଙ୍ଗବାଲି ହନୁମାନ ତାଙ୍କ ସହିତ ରହିଛନ୍ତି l ଏହା ପରେ ସ୍ନାନ ଓ ଧ୍ୟାନ କରିବା ପରେ ଓସ୍ତ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ l ଜଳ ଅର୍ପଣ କଲା ପରେ ଓସ୍ତ ଗଛର ତିନିଟି ପତ୍ର ଛିଡ଼ାଇ ହନୁମାନଙ୍କ ନିକଟରେ ରଖନ୍ତୁ l

* ବର୍ତ୍ତମାନ ଏହି ସମସ୍ତ ପତ୍ର ଗୁଡିକ ଉପରେ କିଛି ଚାଉଳ ରଖନ୍ତୁ l ଏହା ପରେ ଏଥିରେ ଚନ୍ଦନ ,ହଳଦୀ ଓ ସିନ୍ଦୁର ଦେଇ ଦୀପ ଲଗାଇ ପୂଜା କରନ୍ତୁ l ଏହା ପରେ ହନୁମାନଙ୍କୁ ଆଳତି କରନ୍ତୁ l ଧ୍ୟାନ ରଖନ୍ତୁ ଏହି ସମସ୍ତ ସାମଗ୍ରୀକୁ ଯେଉଁଠି ରଖି ପୂଜା କରୁଥିଲେ ସେହି ସ୍ଥାନରେ ଛାଡି ଆସିବେ l ସନ୍ଧ୍ୟା ବେଳେ ଆଉ ଥରେ ସେଠାକୁ ଯାଇ ହନୁମାନଙ୍କୁ ଆଳତି କରି ପ୍ରଣାମ କରନ୍ତୁ l

* ଆଳତି କରି ସାରିବା ପରେ ଏହି ସମସ୍ତ ଚାଉଳକୁ ଉଠାଇ ଏକତ୍ରିତ କରନ୍ତୁ ଓ ସେ ସବୁକୁ ଓସ୍ତ ପତ୍ରରେ ଗୁଡ଼ାଇ ଗୋଟିଏ ନାଲି ସୂତାରେ ବାନ୍ଧି ଦିଅନ୍ତୁ l ଏହା ପରେ ଏହି ପୁଡ଼ିଆଟିକୁ ଆଣି ମା ଲକ୍ଷ୍ମୀଙ୍କ ପାଖରେ ନିଜ ଘରେ ସମର୍ପଣ କରନ୍ତୁ l ଏପରି କରିବା ଦ୍ୱାରା ହନୁମାନଙ୍କ ଆଶୀର୍ବାଦରୁ ଆପଣଙ୍କ ଘରର ବାସ୍ତୁ ଦୋଷ କଟିବ ଏବଂ ଲକ୍ଷ୍ମୀଙ୍କ କୃପାରୁ ଧନର ଆସିବା ବାଟ ଖୋଲିଯିବ l

Show More

Related Articles

Back to top button