ସ୍ୱାସ୍ଥ୍ୟ

ଶୀତଦିନେ ପିଅନ୍ତୁ ଅଦା ପକା ଚା, ମିଳିବ ଏହି ୩ଟି ଫାଇଦା

ଶୀତଋତୁରେ ପ୍ରାୟ ସମସ୍ତେ ଅଦା ପକା ଚାହା ପିଇବା ପାଇଁ ଇଛା କରିଥାନ୍ତି ,କାରଣ ଏହାର ସ୍ୱାଦ ସମସ୍ତଙ୍କୁ ପସନ୍ଦ ଆସିଥାଏ l ଅଦା ପକା ଚାହା ପିଇବା ଦ୍ୱାରା ଥଣ୍ଡା ଦିନେ ଶରୀରକୁ ମିଳିଥାଏ l କିନ୍ତୁ ଅଦା ପକା ଚାହା ଯେତିକି ସୁସ୍ୱାଦୁ ହୋଇଥାଏ ତାହାଠାରୁ ଅଧିକ ଲାଭ ଦାୟକ ଅଟେ l ଅଦା ଔଷଧୀୟ ଗୁଣରେ ଭରପୁର ହୋଇଥିବା କାରଣରୁ ଆୟୁର୍ବେଦରେ ଅଧିକ ବ୍ୟବହୃତ ହୋଇଥାଏ l ଏଥିରେ ଥିବା ଆଣ୍ଟିଇନ୍ଫ୍ଲମେଟୋରି ,ଆଣ୍ଟିଆକ୍ସିଡେଣ୍ଟ ଓ ଆଣ୍ଟିବ୍ୟାକ୍ଟେରିଆ ଗୁଣ ସୀତା ଦିନରେ ହେଉଥିବା ବିଭିନ୍ନ ଥଣ୍ଡା ରୋଗର ସମସ୍ୟା ପାଇଁ ସାହାଯ୍ୟ କରିଥାଏ

ଥଣ୍ଡା ସହିତ ଏହା ଆଉ କେଉଁ ରୋଗ ପାଇଁ ଲାଭ ଦାୟକ ଆସନ୍ତୁ ଜାଣିବା l

* ଥଣ୍ଡା ,କାଶ ଦୂର ହୋଇଥାଏ -ଶୀତଦିନରେ ସାଧାରଣତଃ ଥଣ୍ଡା କାଶ ପ୍ରଭୃତି ଅନେକ ପ୍ରକାରର ସମସ୍ୟା ଦେଖା ଦେଇଥାଏ l ଏହି ସମୟରେ ଯଦି ଅଦା ପକା ଚାହା ସେବନ କରାଯାଏ ତେବେ ନିଜକୁ ସୁସ୍ଥ ରଖାଯାଇ ପାରିବ l କାରଣ ଅଦାରେ ଥିବା ଗରମ ତତ୍ୱ ଶରୀରରେ ଫୁର୍ତି ଆଣିବା ସହିତ ଥଣ୍ଡା ପାଇଁ ଲାଭ ଦାୟକ ଅଟେ l

* ବଢାଇବା ରୋଗ ପ୍ରତିରୋଧ କ୍ଷମତା -ଅଦାରେ ଥିବା ଆଣ୍ଟିଇନ୍ଫ୍ଲମେଟୋରି ,ଆଣ୍ଟିବ୍ୟାକ୍ଟେରିଆ ଓ ଆଣ୍ଟିଆକ୍ସିଡେଣ୍ଟ ଗୁଣ ଶରୀରରେ ରୋଗ ପ୍ରେୟାତିରୋଧକ କ୍ଷମତାକୁ ବଢ଼ାଇ ଥାଏ l ତେଣୁ ଥଣ୍ଡା ଦିନରେ ହେଉଥିବା ରୋଗ ଗୁଡ଼ିକରୁ ଆମ ଶରୀରକୁ ଆମେ ରକ୍ଷା କରି ପାରି ଥାଉ l

 

* ସଂକ୍ରମଣରୁ ରକ୍ଷା କରେ -ଅଦାରେ ଅନେକ ଔଷଧୀୟ ଗୁଣ ଭରପୁର ମାତ୍ରାରେ ରହିଛି l ଯେଉଁ କାରଣରୁ ଆୟୁର୍ବେଦରେ ସଂକ୍ରମଣର ଉପଚାର ପାଇଁ ଅଦାର ବ୍ୟବହାର କରାଯାଇଥାଏ l ଏଥିରେ ରହିଥିବା ଆଣ୍ଟିବ୍ୟାକ୍ଟେରିଆ ଗୁଣ ଶରୀରକୁ ଯେକୌଣସି ପ୍ରକାରର ସଂକ୍ରମଣ ଓ ଆଲର୍ଜି ଠାରୁ ରକ୍ଷା କରିଥାଏ l

ଅଦା ଚାହା ଏମିତିରେ ଅନେକ ପ୍ରକାର ସଂକ୍ରମଣରୁ ଶରୀରକୁ ରକ୍ଷା କରିଥାଏ ,କିନ୍ତୁ ଏହାକୁ ସନ୍ତୁଳିତ ମାତ୍ରାରେ ପିଇବା ଆବଶ୍ୟକ l ଆପଣ ରାତିରେ ଶୋଇବା ପୂର୍ବରୁ ଅଦା ପକା ଚାହା ସେବନ କରିବେ ନାହିଁ କାରଣ ଏହା ଅନିଦ୍ରା ଦୋଷକୁ ବଢ଼ାଇ ଥାଏ l ଶୋଇବାର ୩ ଘଣ୍ଟା ପୂର୍ବରୁ ଅଦା ପକା ଚାହା ପିଇଲେ ଶରୀରକୁ ଆରମ୍ଭ ମିଳିବ l ଯେଉଁ ବ୍ୟକ୍ତି ମାନଙ୍କର ଏସିଡ଼ିଟି ସମସ୍ୟା ରହିଛି ସେମାନଙ୍କ ପାଇଁ ଅଦା ପକା ଚାହା ଅତ୍ୟନ୍ତ ହିତକର ଅଟେ l

Show More

Related Articles

Back to top button