ଦେଶ ବିଦେଶବାଣିଜ୍ୟ

ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: ପ୍ରତିଷ୍ଠା ହେବ ୧୦ ହଜାର ସିଏନଜି ଷ୍ଟେସନ

ମହାରାଷ୍ଟ୍ରର ପାଥରାଡ଼ିରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଲଏନଜି/ସିଏନଜି କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି

୧୦୦ ତମ ସିଏନଜି ଷ୍ଟେସନ, ଯାହାକି ସେ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିଛନ୍ତି । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଦେଶରେ ଆଗାମୀ ଦିନରେ ଆଉ୧୦ ହଜାର ସିଏନଜି ଷ୍ଟେସନ ପ୍ରତିଷ୍ଠା ହେବ।

ଏହାସହ ୫ କୋଟିର ପିଏନଜି ସଂଯୋଗ ପାଇଁ ଲକ୍ଷ୍ୟ ରଖାଯାଇଛି । ଲକ୍ଷ୍ୟ ପୂରଣ ପାଇଁ ସିଜିଡି ସଂସ୍ଥା ଓ ତୈଳ କମ୍ପାନୀମାନଙ୍କୁ ଆହ୍ୱାନ ଦିଆଯାଇଛି । ଫଳରେ ଆଗାମୀ ଦିନରେ ଦେଶରେ ବୃହତ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ । ବର୍ତ୍ତମାନ ସମୟରେ ପ୍ରାକୃତିକ ଗ୍ୟାସ ବ୍ୟବହାର ପାଇଁ ସିଜିଡି କ୍ଷେତ୍ର ଏକ ପ୍ରମୁଖ ଶିଳ୍ପ ଭାବେ ଉଭା ହୋଇଛି ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।

Show More

Related Articles

Back to top button