ବାଣିଜ୍ୟ

ମାସର ପ୍ରଥମଦିନରେ ନିଜ ଗ୍ରାହକଙ୍କୁ ବ୍ୟାଙ୍କର ଉପହାର, କମ ହେଲା EMI

ସିଏସବି ବ୍ୟାଙ୍କ (CSB Bank) ନିଜ ଗ୍ରାହକଙ୍କ ପାଇଁ ଖୁସି ଖବର ଆଣିଛି। ବ୍ୟାଙ୍କ ୬ ମାସ ଅବଧି ଋଣରେ ଏମସିଏଲଆର (MCLR) ରେ ୦.୧୦ ପ୍ରତିଶତ ରିହାତି ଦେଇଛି

ବ୍ୟାଙ୍କ ବୟାନ ଜାରି ଜାରି ଏ ସମ୍ବଦ୍ଧରେ ସୂଚନା ଦେଇଛି। ବ୍ୟାଙ୍କ କହିଛି ଯେ ନୂଆ ସୁଧ ଦର ଡିସେମ୍ବର ୧ ତାରିଖରୁ ଲାଗୁ ହେବ। ବର୍ଷିକିଆ ଅବଧି ଋଣରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ବର୍ଷେ ପାଇଁ ଋଣ ନେଇଥିବା ଗ୍ରାହକଙ୍କ ପାଇଁ ସୁଧ ହାର ୯.୫୦ ପ୍ରତିଶତ ହିଁ ରହିବ।ଗୋଟିଏ ଦିନରୁ ଆରମ୍ଭ କରି ୬ ମାସ ଅବଧି ଋଣରେ ମାର୍ଜିନାଲ ମୂଲ୍ୟଭିତ୍ତିକ ସୁଧହାର ୭.୭୦ ରୁ ୮.୫୦ ପ୍ରତିଶତ ମଧ୍ୟରେ ରହିବ।ଏହା ପୂର୍ବରୁ ଅନେକ ବ୍ୟାଙ୍କ ଋଣ ଏମସିଏଲଆର ରିଭାଇଜ କରିଛନ୍ତି। ବ୍ୟାଙ୍କ ଅଫ୍ ବରୋଦା, ୟୁନିୟନ ବ୍ୟାଙ୍କ, ଏସବିଆଇ, ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ, ଏଚଡ଼ିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ସମେତ ଅନେକ ବ୍ୟାଙ୍କ ଏମସିଏଲଆର ରିଭାଇଜ କରିଛନ୍ତି।

ନିକଟରେ ବ୍ୟାଙ୍କ ସ୍ଟକ ମାର୍କେଟକୁ ନିଜର ଆଇପିଓ ନେଇ ଆସିଛି। ସିଏସବି ବ୍ୟାଙ୍କ ଆଇପିଓରେ ବିନିଯୋଗ କରିଥିବା ଲୋକଙ୍କୁ ଫାଇଦା ହୋଇଛି। ସେୟାର ୧୯୫ ଟଙ୍କା ଇସ୍ୟୁ ପ୍ରାଇସ ତୁଳନାରେ ୨୭୫ ଟଙ୍କାରେ ଲିଷ୍ଟ ହୋଇଛି। ଅର୍ଥାତ ବିନିଯୋଗକାରୀଙ୍କୁ ଗୋଟିଏ ସେୟାରରେ ୮୦ ଟଙ୍କା ଲାଭ ହୋଇଛି। ଏହି ବ୍ୟାଙ୍କ ପୂର୍ବରୁ କ୍ୟାଥଲିକ ସିରିଆନ ବ୍ୟାଙ୍କ ଭାବେ ଜଣାଶୁଣା ଥିଲା। ସିଏସବି ବ୍ୟାଙ୍କ ଶାଖା ମୁଖ୍ୟତଃ କେରଳ, ତାମିଲନାଡୁ, କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ଅଛି।

୨୦୧୯ ମାର୍ଚ୍ଚ ୩୧ ତାରିଖରେ ସିଏସବି ବ୍ୟାଙ୍କର NPA ୪.୮୭ ପ୍ରତିଶତ ଥିଲା ଯାହା ୨୦୧୭ ମାର୍ଚ୍ଚ ୩୧କୁ ୭.୨୫ ପ୍ରତିଶତ ଥିଲା। ୨୦୧୯ ସେପ୍ଟେମ୍ବର ଆଡକୁ NPA ୨.୮୬ ପ୍ରତିଶତ ଥିଲା।

Show More

Related Articles

Back to top button