ମନୋରଞ୍ଜନରାଜନୀତି

ଆକ୍ସନ ଷ୍ଟାର୍‌ ରଜନୀକାନ୍ତ ସୁପର ଆକ୍ସନ ଷ୍ଟାଇଲରେ ରାଜନୈତିକ ଦଳ ଗଠନ କରିପାରନ୍ତି

ଆକ୍ସନ ଷ୍ଟାର୍‌ ରଜନୀକାନ୍ତ ବଲିଉଡ୍‌ ଠାରୁ ଆରମ୍ଭ କରି ତାମିଲ୍ ଫିଲ୍ମରେ ନିଜର ଜଲ୍‌ୱା ଦେଖାଇବା ପରେ ଏବେ ରାଜନୀତିରେ ମଧ୍ୟ ନିଜର ଚମକ ଦେଖାଇବାକୁ ଯାଉଛନ୍ତି। ତାମିଲନାଡୁରେ ୨୦୨୧ ନିର୍ବାଚନ ଥିବାରୁ ରଜନୀ ନିଜର ଏକ ଦଳ ଗଠନ କରିପାରିନ୍ତି ବୋଲି ଚର୍ଚ୍ଚା ହେଉଛି। ଏନେଇ ରଜନୀକାନ୍ତ ଚେନ୍ନାଇ ସ୍ଥିତ ନିଜ ଦଳ ‘ରଜନୀକାନ୍ତ ମକ୍କାଲ ମାଣ୍ଡାରାମ’ର କର୍ମକର୍ତ୍ତାଙ୍କୁ ଭେଟିଛନ୍ତି

୨୦୨୧ ନିର୍ବାଚନକୁ ଆଖିଆଗରେ ରଖି ଖୁବଶୀଘ୍ର ରାଜନୈତିକ ଦଳ ଗଠନ କରାଯିବ ବୋଲି ଦଳ ପକ୍ଷରୁ ସୂଚନା ମିଳିଛି।ସୋମବାର ଦଳୀୟକର୍ମୀଙ୍କ ସହିତ ହୋଇଥିବା ବୈଠକରେ ଦଳର ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା ହୋଇପାରେ। ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରଜନୀକାନ୍ତ ହେବା ନେଇ ଆଲୋଚନା ହୋଇପାରେ। ଚେନ୍ନାଇର ରାଘଭେନ୍ଦ୍ର କଲ୍ୟାଣ ମଣ୍ଡପମ୍‌ରେ ଏହି ବୈଠକ ହୋଇଛି।ମାସକ ପୂର୍ବରୁ ରଜନୀକାନ୍ତ ଏହାର ସୂଚନା ଦେଇଥିଲେ। ସମୟ ଆସିଲେ ଦଳର କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ଲୋକମାନଙ୍କୁ ରାଜନୈତିକ ଉଦ୍ଦେଶ୍ୟ ଜଣାଇବେ ବୋଲି ସେ ସୂଚନା ଦେଇଥିଲେ।ତାମିଲନାଡୁରେ ୨୦୨୧ ଏପ୍ରିଲ ଓ ମେ ମାସ ମଧ୍ୟରେ ନିର୍ବାଚନ ହେବାକୁ ଯାଉଛି।

ଆଉ ଏହି ସମୟରେ ଦଳୀୟକର୍ମକର୍ତ୍ତାଙ୍କ ସହିତ ରଜନୀକାନ୍ତଙ୍କ ବୈଠକ ହୋଇଛି। ଏଣୁ ଖୁବ୍‌ଶୀଘ୍ର ରାଜ୍ୟରେ ଏକ ରାଜନୈତିକ ଦଳ ଅରମ୍ଭ ହେବା ନେଇ ସୂଚନା ମିଳୁଛି।ତେବେ ସ୍ୱାସ୍ଥ୍ୟଗତ କାରଣରୁ ଡାକ୍ତରମାନେ ରଜନୀକାନ୍ତଙ୍କୁ ରାଜନୀତିରେ ପ୍ରବେଶ କରିବାକୁ ବାରଣ କରିଥିଲେ। ୨୦୧୬ରେ ତାଙ୍କ କିଡ୍‌ନୀ ଟ୍ରନ୍ସପ୍ଲାଣ୍ଟ ହୋଇଥିଲା। ଏହି କାରଣରୁ ରଜନୀଙ୍କୁ ବିଶ୍ରାମ ନେବାକୁ କୁହାଯାଇଥିଲା ବୋଲି ଅକ୍ଟୋବର ୨୯ ତାରିଖରେ ରଜନୀକାନ୍ତ ନିଜେ ସୂଚନା ଦେଇଥିଲେ।

Show More

Related Articles

Back to top button