ସ୍ୱାସ୍ଥ୍ୟ

ସକାଳୁ ଜୁଆଣି ଓ ତୁଳସୀର ପାଣି ପିଅନ୍ତୁ, ଓଜନ କମିବା ସହିତ ମିଳିବ ଏହିସବୁ ଫାଇଦା

ଶରୀରର ଓଜନ କମାଇବାର ଗୋଟିଏ ସୁବିଧା ଉପାୟ ଆପଣ ନିଜର ଦୈନଦିନ ଖାଦ୍ୟ ପ୍ରଣାଳୀରେ ସାମିଲ କରି ନିଅନ୍ତୁ ,ସେଥିପାଇଁ ଡିଟକ୍ସ ପାନୀୟକୁ ସାମିଲ କରିବା ଲାଭଦାୟକ ଅଟେ l ତୁଳସୀ ଓ ଜୁଆଣିରେ ପ୍ରସ୍ତୁତ ପାନୀୟ ଦ୍ରୁତ ଗତିରେ ଆପଣଙ୍କ ଓଜନ କମାଇବାରେ ସାହାଯ୍ୟ କରିଥାଏ

ତୁଳସୀ ଶରୀରକୁ ଫ୍ରି ରେଡ଼ିକାଲ କ୍ଷତିରୁ ଅଟକାଇ ଥାଏ l ଜୁଆଣି ଆପଣଙ୍କ ଅନ୍ତନଳୀକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ l ଏହି କାରଣରୁ ଓଜନ କମାଯାଇ ପାରିବ l

କେଉଁ ଉୟପୟରେ ତୁଳସୀ ଓ ଜୁଆଣୀର ପାଣି ପ୍ରସ୍ତୁତ କରିବେ –

ଗୋଟିଏ ଗ୍ଲାସ ପାଣିରେ ଭଜା ହୋଇଥିବା କିଛି ଜୁଆଣିକୁ ରାତିସାରା ବତୁରାନ୍ତୁ l ପର ଦିନ ସକାଳୁ ସେହି ପାଣିକୁ ଏକ କଡେଇରେ ଢଳାନ୍ତୁ ,କିଛି ତୁଳସୀ ପତ୍ର ମିଶାଇ ତାକୁ ଗରମ ଆଞ୍ଚ ଉପରେ ଫୁଟାନ୍ତୁ l ବର୍ତ୍ତମାନ ପାଣିକୁ ଗୋଟିଏ ଗ୍ଲାସରେ ଛାଣନ୍ତୁ l ଏହି ପାନୀୟକୁ ସକାଳୁ ପିଇବା ଅଭ୍ୟାସ କରନ୍ତୁ l ଏହାକୁ ପ୍ରତିଦିନ ପିଇବା ଦ୍ୱାରା ଦେଖିବେ ଆପଣଙ୍କର ଶରୀର ଉପରେ ଧୀରେ ଧୀରେ ଏହା ପ୍ରଭାବ ପକାଉଛି l

ଏହାର କାର୍ଯ୍ୟ କଣ –

ତୁଳସୀ ଶରୀରରେ ପ୍ରାକୃତିକ ଡିଟକ୍ସ ଭଳି କାମ କରି ଥାଏ l ଏହା ସମସ୍ତ ହାନିକାରକ ଟକ୍ସିନ ଦ୍ୱାରା ଶରୀରକୁ ସଫା କରି ଥାଏ l ଯେଉଁ କାରଣରୁ ଶରୀରର ଓଜନ କମିବା ଉପଯୁକ୍ତ ହୋଇଥାଏ l ତୁଳସୀ ପତ୍ର ପାଚନ ତନ୍ତ୍ର ପାଇଁ ଲାଭ ଦାୟକ ଅଟେ l ଖରାପ ପାଚନ ସମସ୍ୟା ଓଜନ ବଢିବାର ମୁଖ୍ୟ କାରଣ ଅଟେ l ତୁଳସୀ ପତ୍ରରେ ଅନ୍ୟ ଲାଭ ବ୍ୟତୀତ ଶ୍ୱାସ ସମ୍ବଧୀୟ ସମସ୍ୟାରେ ମଧ୍ୟ ଉପଚାର କରାଯାଇଥାଏ ,ରକ୍ତଚାପ ନିୟନ୍ତ୍ରଣ ମଧ୍ୟ ତୁଳସୀ ଦ୍ୱାରା ହୋଇଥାଏ ,କୋଲେଷ୍ଟ୍ରଲ ସ୍ତରକୁ ସନ୍ତୁଳନ ରଖେ l ଯେତେବେଳେ ଆପଣଙ୍କ ଶରୀରରେ ମେଟାବୋଲିଯିମର ସ୍ତର ଅଧିକ ହୋଇଯାଇଥାଏ ସେହି ସମୟରେ ଓଜନ କମାଇବା ଆପଣଙ୍କ ପକ୍ଷରେ ସହଜ ହୋଇଯାଇଥାଏ l ଜୁଆଣି ଆପଣଙ୍କ ମେଟାବୋଲିଯିମ ପାଇଁ ଲାଭ ଦାୟକ ଅଟେ l ଜୁଆଣିରେ ଥିବା ଆଣ୍ଟିଆକ୍ସିଡେଣ୍ଟ ଟକ୍ସିନକୁ ବାହାରକୁ ବାହାର କରିଥାଏ l ଏହା ଦ୍ୱାରା ଓଜନ କମିବାରେ ସାହାଯ୍ୟ ମିଳିଥାଏ l

Show More

Related Articles

Back to top button