Breaking PLUSଓଡ଼ିଶାମୁଖ୍ୟ ଖବର

ପରୀ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ନୟାଗଡ଼ରେ ପହଞ୍ଚିଲେ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା

ପରୀ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ମଙ୍ଗଳବାର ନୟାଗଡ଼ରେ ପହଞ୍ଚିଛନ୍ତି। ନୟାଗଡ଼ ସର୍କିଟ ହାଉସ୍‌ରେ ପୂର୍ବରୁ ୪ଜଣିଆ ଟିମ୍‌ ଉପସ୍ଥିତ ଥିଲେ। ଏହାପରେ ବୋଥ୍ରାଙ୍କ ଟିମ୍‌ ପରିର ଗାଁ ଯଦୁପୁର ଯାଇ ମା'ବାପାଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିବା ସୂଚନା ମିଳିଛି।

ପରୀ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ମଙ୍ଗଳବାର ନୟାଗଡ଼ରେ ପହଞ୍ଚିଛନ୍ତି। ନୟାଗଡ଼ ସର୍କିଟ ହାଉସ୍‌ରେ ପୂର୍ବରୁ ୪ଜଣିଆ ଟିମ୍‌ ଉପସ୍ଥିତ ଥିଲେ। ଏହାପରେ ବୋଥ୍ରାଙ୍କ ଟିମ୍‌ ପରିର ଗାଁ ଯଦୁପୁର ଯାଇ ମା’ବାପାଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିବା ସୂଚନା ମିଳିଛି।

ପ୍ରକାଶ ଯେ, ଏହି ଘଟଣାରେ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ(ଏନ୍‌ସିପିସିଆର୍‌) ନିଜଆଡ଼ୁ ମାମଲାକୁ ଗ୍ରହଣ କରି ଆସନ୍ତା ୧୦ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ରିପୋର୍ଟ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷେ ରାଜ୍ୟ ସରକାର ପ୍ରଥମେ କ୍ରାଇମ୍‌ବ୍ରାଞ୍ଚ ଦ୍ୱାରା ତଦନ୍ତ କରାଇବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ନଭେମ୍ବର ୨୮ରେ ଏଥିପାଇଁ ୫ ଜଣିଆ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌(ଏସ୍‌ଆଇଟି) ଗଠନ କରିଥିଲେ।

Show More

Related Articles

Back to top button