Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ଗ୍ରୀଷ୍ମ ପ୍ରବାହରେ ଜଳୁଛି ପଶ୍ଚିମ ଓଡିଶା

୪୦ ଡିଗ୍ରୀ ଉପରେ ୧୨ ସହର, ବାରିପଦା ସବୁଠୁ ଉତ୍ତପ୍ତ

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଗତ କିଛି ଦିନ ହେବ ପାରଦ ବଢିବାରେ ଲାଗିଛି। ପ୍ରଚଣ୍ଡ ଖରାରେ ଅସ୍ତବ୍ୟସ୍ତ ସାଧାରଣ ଜୀବନ। ସକାଳ ୧୦ଟା ହେଲେ ବାହାରକୁ ବାହାରିବା ମୁସ୍କିଲ ହୋଇ ଗଲାଣି। କେଉଁ ଦିନ ତାତିରେ ଟିଟିଲାଗଡ ରେକର୍ଡ କାଟୁଛି ତ ଆଉ କେଉଁ ଦିନ ସୋନପୁର। ତେବେ ସୋମବାର ବାରିପଦା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ବାରିପଦାରେ ପାରଦ ୪୨.୬ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ଆଜି ୧୨ ସହରରେ ତାପମାତ୍ରା ୪୦ ଡିଗ୍ରୀ ଟପିଛି। ବିଶେଷ କରି ପଶ୍ଚିମ ଓଡିଶାରେ ତତଲା କଡେଇରେ ପରିଣତ ହୋଇଛି।

ଆଞ୍ଚଳିକ ପାଣିପାଗ ବିଭାଗ ଅନୁଯାୟୀ, ରାଜ୍ୟର ପଶ୍ଚିମାଞ୍ଚଳରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ବଲାଙ୍ଗିରରେ ତାପମାତ୍ରା ୪୨.୫ ଡିଗ୍ରୀ, ଝାରସୁଗୁଡାରେ ୪୨.୪, ସୋନପୁରରେ ୪୨.୧, ବୌଦ୍ଧରେ ୪୨, ଅନୁଗୁଳରେ ୪୧.୯, ଟିଟିଲାଗଡରେ ୪୧.୬, ସମ୍ବଲପୁରରେ ୪୧.୪ ଡିଗ୍ରୀ, ସୁନ୍ଦରଗଡରେ ୪୧, ହୀରାକୁଦରେ ୪୦.୯, ଭବାନୀପାଟଣାରେ ୪୦.୮ ଏବଂ ତାଳଚେରରେ ୪୦.୨ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ରାଜଧାନୀ ଭୁବନେଶ୍ଵରରେ ପାରଦ ୩୭ ଡିଗ୍ରୀ ଏବଂ କଟକରେ ତାପମାତ୍ରା ୩୬.୧ ଡିଗ୍ରୀ ରହିଛି।

Show More

Related Articles

Back to top button