ଖେଳଦେଶ ବିଦେଶ

କରୋନା କଟକଣା ମଧ୍ୟରେ ରହିବେ ଖେଳାଳି

କିନ୍ତୁ ବଣ୍ଟା ହେବ ୧.୫ ଲକ୍ଷ କଣ୍ଡମ

ଏକା ସହିତ ମିଳାମିଶା କରିବାରେ ପ୍ରତିବନ୍ଧକ ଲାଗିପାରେ l ଜଣେ ଆଉ ଜଣଙ୍କ ସହିତ କର ମର୍ଦନ ଓ ଆଲିଙ୍ଗନ କରିବାରେ ମଧ୍ୟ ପ୍ରତିବନ୍ଧକ ଲାଗିବ ,କିନ୍ତୁ ଏହି ସବୁ ଭିତରେ ମଧ୍ୟ ଟୋକିଓ ଅଲମ୍ପିକରେ ୧୫୦୦୦୦ କଣ୍ଡମ ବଣ୍ଟାଯିବ l ମିଳିଥିବା ଏକ ସୂଚନା ଅନୁସାରେ ମଙ୍ଗଳବାର ଦିନ ଭାଇରସ ରୁଲ ବୁକ ଜାରି କରାଯାଇଛି ,ଯେଉଁଥିରେ ଏହି ବିଷୟରେ ସୂଚନା ଦିଆଯାଇଛି l ଟୋକିଓ ଅଲମ୍ପିକ ୨୩ ଜୁଲାଇ ୨୦୨୧ ରେ ଆରମ୍ଭ ହେବାକୁ ଯାଉଛି l ଟୋକିଓ ଅଲମ୍ପିକ ପାଇଁ ଜାରି କରାଯାଇଥିବା ୩୩ ପୃଷ୍ଠାର ଗୋଟିଏ ଭୁତାଣୁ ନିୟମାବଳୀ ପୁସ୍ତକରେ କୁହାଯାଇଛି ଯେ ନିୟମ ଭାଙ୍ଗିବା ଖେଳାଳି ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରାଯିବ ଓ ତାଙ୍କୁ ଖେଳରୁ ବାହାର କରାଯିବ l

ପ୍ରତେକ ୪ ଦିନକୁ ଥରେ ଖେଳାଳି ମାନଙ୍କର କରୋନା ଯାଞ୍ଚ କରାଯିବ ଓ ଯଦି ପଜେଟୀଭି ଆସିଲା ତେବେ ଖେଳିବାକୁ ଦିଆଯିବ ନାହିଁ l ଏହି ନିୟମାବଳୀର ସମୀକ୍ଷା ଆଉଥରେ ଅପ୍ରେଲରୁ ଜୁନ ମଧ୍ୟରେ କରାଯିବ ଓ ଆବଶ୍ୟକ ପଡିଲେ ନିୟମ ମଧ୍ୟ ବଦଳି ଯାଇପାରେ l ଏହି ନିୟମ ପୁସ୍ତିକାରେ କୁହାଯାଇଛି ଯେ ଜାପାନ ଆସୁଥିବା ଖେଳାଳି ମାନଙ୍କୁ ୭୨ ଘଣ୍ଟା ଭିତରେ କରୋନା ଯାଞ୍ଚ ରିପୋର୍ଟ ଦେବାକୁ ପଡିବ l ଖେଳାଳି ମାନଙ୍କ ପାଇଁ ସଙ୍ଗରୋଧ କେନ୍ଦ୍ର ମଧ୍ୟ ଖୋଲା ଯାଇଛି ,ଯେଉଁଠାରେ ସେମାନଙ୍କୁ ସଙ୍ଗରୋଧରେ ରଖାଯାଇ ପାରିବ l

 

ଖେଳାଳି ମାନଙ୍କ ପାଇଁ ଜିମ ,ଦର୍ଶନୀୟ ସ୍ଥାନ ,ଦୋକାନ ,ହୋଟେଲ ,ବାର ଯିବା ଉପରେ ପ୍ରତିବନ୍ଧକ ଲାଗିବ l ଖେଳାଳି ମାନେ କେବଳ ତାଙ୍କ ଖେଳ ସହିତ ଜଡିତ କିଛି ଜଣାଶୁଣା ସ୍ଥାନକୁ ଯାଇ ପାରିବେ l ଖେଳାଳି ମାନେ ମାସ୍କ ପିନ୍ଧିବା ନିହାତି ଆବଶ୍ୟକ ଅଟେ କିନ୍ତୁ ଆୟୋଜକ ମାନେ ଖେଳାଳି ମାନଙ୍କ ପାଇଁ କରୋନା ଟୀକ୍କାକରଣ ପ୍ରକ୍ରିୟାକୁ କୁନିରବର୍ଜ୍ୟ କରାଯାଇ ନାହିଁ l ଗୋଟିଏ ସୂଚନାରୁ ଜଣା ପଡିଛି ଯେ ଆୟୋଜକ ମାନେ ଏହି ବିଷୟରେ ତଥ୍ୟ ଦେଇଛନ୍ତି କି ପାଖାପାଖି ୧.୫ ଲକ୍ଷ କଣ୍ଡମ ବଣ୍ଟାଯିବ କିନ୍ତୁ ଖେଳାଳି ମାନଙ୍କୁ ନିବେଦନ କରାଯାଇଛି ଯେତେ କମ ସମ୍ଭବ ସେମାନେ ଲୋକ ମାନଙ୍କ ସହିତ ମିଶିବେ କିନ୍ତୁ କରୋନା ନିୟମକୁ ଉଲଂଘନ କରିବେ ନାହିଁ l

Show More

Related Articles

Back to top button