ଦେଶରେ ପୁଣି ଥରେ ବଢିଲା କରୋନା, ଗତ ୨୪ ଘଣ୍ଟା ମଧ୍ୟରେ ୪୯,୮୮୧ ଜଣ ନୂତନ କରୋନା ରୋଗୀ ଚିହ୍ନଟ
ଦେଶରେ କିଛି ଦିନ ଧରି କରୋନା ସଂକ୍ରମଣ କମିବା ପରେ ପୁଣି ଥରେ ନୂଆ ସଂକ୍ରମଣ ଚିହ୍ନଟ ହେବା ମାମଲାରେ ସାମାନ୍ୟ ବୃଦ୍ଧି ଘଟିଛି । ଦେଶରେ ଆଜି ୮୦ ଲକ୍ଷ ପାର କରିଛି ମୋଟ କରୋନା ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୪୯ ହଜାର ୮୮୧ ଜଣ ନୂଆ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୦ ଲକ୍ଷ ୪୦ ହଜାର ୨୦୩କୁ ବୃଦ୍ଧି ପାଇଛି ।

ଏହି ସମୟରେ ଦେଶରେ ଆଉ ୫୧୭ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୨୦ ହଜାର ୫୨୭ ଛୁଇଁଛି । ଦେଶରେ ମୃତ୍ୟୁହାର ରହିଛି ୧.୫୦% । ଏବେ ଦେଶରେ ଚିକିତ୍ସାଧୀନ ଅଛନ୍ତି ୬ ଲକ୍ଷ ୩ ହଜାର ୬୮୭ ସଂକ୍ରମିତ ।
ବଢୁଛି ସୁସ୍ଥ ସଂଖ୍ୟା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ସାରା ଦେଶରେ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ୫୬ ହଜାର ୪୮୦ ଆକ୍ରାନ୍ତ । ମୋଟ୍ ସୁସ୍ଥ ସଂଖ୍ୟା ୭୩ ଲକ୍ଷ ୧୫ ହଜାର ୯୮୯କୁ ବୃଦ୍ଧି ପାଇଛି । ଆରୋଗ୍ୟ ହାର ରହିଛି ୯୦.୯୯% ।