ତିର୍ତ୍ତୋଲ ପରେ ଆଜି ବାଲେଶ୍ୱର ଉପନିର୍ବାଚନ ପାଇଁ ଭର୍ଚୁଆଲ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ
ଗତକାଲି ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବାପରେ ଆଜି ବାଲେଶ୍ୱର ଉପ ନିର୍ବାଚନ ପାଇଁ ଡିଜିଟାଲ ପ୍ରଚାର ବା ଭର୍ଚୁଆଲ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ନିର୍ବାଚନରେ ଜିତାଇବାକୁ ବାଲେଶ୍ୱରବାସୀଙ୍କୁ ନବୀନ ଅନୁରୋଧ କରିବେ।

ନଭେମ୍ବର ୩ ତାରିଖରେ ବାଲେଶ୍ୱର, ତିର୍ତ୍ତୋଲରେ ହେବାକୁ ଯାଉଛି ଭୋଟ୍। ଏଥିପାଇଁ ପ୍ରତ୍ୟେକ ଦଳର ତୁଙ୍ଗ ନେତାମାନେ ବାଲେଶ୍ୱର ଓ ତିର୍ତ୍ତୋଲରେ ପ୍ରଚାର ଅଭିଯାନ ଚଳାଇଛନ୍ତି। ଏହିକ୍ରମରେ ଗତକାଲି ତିର୍ତ୍ତୋଲ ପାଇଁ ପ୍ରଚାର କରିବା ପରେ ଆଜି ବାଲେଶ୍ୱରରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ନବୀନ ପ୍ରଚାର କରିବେ।
ନବୀନ ପ୍ରଚାର ମଇଦାନକୁ ଓହ୍ଲାଇବା ପୂର୍ବରୁ ଦଳର ଅନେକ ନେତା ବାଲେଶ୍ୱର ଓ ତିର୍ତ୍ତୋଲ ଯାଇ ପ୍ରଚାର ଅଭିଯାନ ଚଳାଇଛନ୍ତି। ଏହି ଦୁଇ ଆସନରେ ବିଜେଡି ସହ ବିଜେପିର ଜୋରଦାର ଟକ୍କର ହେବ ବୋଲି କୁହାଯାଉଛି। ତେଣୁ ଭୋଟ ଗ୍ରହଣ ହେବାର ୪ ଦିନ ପୂର୍ବରୁ ନବୀନ ଏହି ଆସନ ପାଇଁ ପ୍ରଚାର କରିବେ।
ଏହି ଦୁଇ ବିଧାନସଭା ଆସନ ହାତେଇବାକୁ ବିଜେଡି ଜୋରଦାର କସରତ କରୁଛି। ତିର୍ତ୍ତୋଲରେ ଦଳ ଦିବଙ୍ଗତ ବିଧାୟକ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରିଥିବାବେଳେ, ବାଲେଶ୍ୱରରେ ଦଳ ନୂଆ ମୁହଁ ସ୍ୱରୂପ ଦାସଙ୍କୁ ପ୍ରାର୍ଥୀ କରିଛି ।