Breaking PLUSଓଡ଼ିଶାମୁଖ୍ୟ ଖବର

ଆସନ୍ତା ଡିସେମ୍ବର ୭ ତାରିଖରୁ ଆରମ୍ଭ ହେବ ଓଡିଶା ସିଭିଲ୍‌ ସର୍ଭିସ୍ ମୁଖ୍ୟ ପରୀକ୍ଷା

ଓଡିଶା ସିଭିଲ୍‌ ସର୍ଭିସ୍‌ (ଓସିଏସ୍‌)ର ମୁଖ୍ୟ ପରୀକ୍ଷା ଆସନ୍ତା ଡିସେମ୍ବର ୭ ତାରିଖରୁ ଆରମ୍ଭ ହେବ। ୭ ତାରିଖ ୯ଟାରୁ ୧୨ଟା ଓଡ଼ିଆ ପରୀକ୍ଷା ହେବାକୁ ଥିବାବେଳେ ଅପରାହ୍ମ ୨ଟାରୁ ୫ଟା ଇଂରାଜୀ ପରୀକ୍ଷା ହେବ। ୮ତାରିଖରେ ଜେନେରାଲ ଷ୍ଟଡିଜ୍‌ ପେପର ୧ ଏବଂ ୨ ପରୀକ୍ଷା ହେବ।

ଓଡିଶା ସିଭିଲ୍‌ ସର୍ଭିସ୍‌ (ଓସିଏସ୍‌)ର ମୁଖ୍ୟ ପରୀକ୍ଷା ଆସନ୍ତା ଡିସେମ୍ବର ୭ ତାରିଖରୁ ଆରମ୍ଭ ହେବ। ୭ ତାରିଖ ୯ଟାରୁ ୧୨ଟା ଓଡ଼ିଆ ପରୀକ୍ଷା ହେବାକୁ ଥିବାବେଳେ ଅପରାହ୍ମ ୨ଟାରୁ ୫ଟା ଇଂରାଜୀ ପରୀକ୍ଷା ହେବ। ୮ତାରିଖରେ ଜେନେରାଲ ଷ୍ଟଡିଜ୍‌ ପେପର ୧ ଏବଂ ୨ ପରୀକ୍ଷା ହେବ।

୯ତାରିଖରେ ଇଂରାଜୀ ରଚନା, ୧୦ ତାରିଖରେ ଇତିହାସ ପେପର-୧, ଗଣିତ ପେପର-୧, ପରିସଂଖ୍ୟାନ ପେପର-୧, ୧୧ ତାରିଖରେ ରାଜନୀତି ବିଜ୍ଞାନ ଏବଂ ଆନ୍ତର୍ଜାତିକ ସମ୍ପର୍କ ପେପର-୨, ପବ୍ଲିକ୍‌ ଆଡମିନିଷ୍ଟ୍ରେସନ୍‌ ପେପର-୨, ସୋସିଓଲୋଜି ପେପର-୨ ଏବଂ ଆନ୍ଥ୍ରୋପୋଲୋଜି ପେପର-୨, ୧୫ ତାରିଖରେ ଅର୍ଥନୀତି ପେପର-୧, ଏଜୁକେସନ୍‌ ପେପର-୨, ସାଇକୋଲୋଜି ପେପର-୨, ୧୬ ତାରିଖରେ ଫିଜିକ୍ସ ପେପର-୧, ଭୂଗୋଳ ପେପର-୧, ୧୭ ତାରିଖରେ ବଟାନୀ ପେପର-୧, କମର୍ସ ଏବଂ ଆକାଉଟାନ୍ସି-ପେପର-୧, ମ୍ୟାନେଜ୍‌ମେଣ୍ଟ ପେପର-୧, ୧୮ ତାରିଖରେ ଫିଜିକ୍ସ ପେପର-୨, ଭୂଗୋଳ ପେପର-୨, ୧୯ ତାରିଖରେ ବଟାନୀ ପେପର-୨, କମର୍ସ ଏବଂ ଆକାଉଣ୍ଟାନ୍ସି-ପେପର-୨, ମ୍ୟାନେଜ୍‌ମେଣ୍ଟ ପେପର-୨, ୨୦ ତାରିଖରେ ଜୁଲୋଜି ପେପର-୧, ଇଣ୍ଡିଆନ୍‌ ଲାଙ୍ଗୁଏଜ୍‌ ପେପର-୧, ୨୧ ତାରିଖରେ କେମିଷ୍ଟ୍ରି ପେପର-୧, ଲ ପେପର-୧, ୨୨ ତାରିଖରେ ହୋମ୍‌ ସାଇନ୍ସ ପେପର-୧, ଫରେଷ୍ଟାରୀ ପେପର-୧, ୨୩ ତାରିଖରେ ଜୁଲୋଜି ପେପର-୨, ଇଣ୍ଡିଆନ୍‌ ଲାଙ୍ଗୁଏଜ୍‌ ପେପର-୨, ୨୪ ତାରିଖରେ କେମିଷ୍ଟ୍ରି ପେପର-୨, ଲ ପେପର-୨, ୨୬ ତାରିଖରେ ହୋମ୍‌ ସାଇନ୍ସ ପେପର-୨, ଫରେଷ୍ଟାରୀ ପେପର-୨।

୨୭ ତାରିଖରେ ଏଗ୍ରିକଲ୍‌ଚରାଲ୍‌ ଇଞ୍ଜିନିୟରିଂ ପେପର-୧, ସିଭିଲ୍‌ ଇଞ୍ଜିନିୟରିଂ ପେପର-୧, ଇଲେକ୍ଟ୍ରିକାଲ ପେପର-୧, ମେକାନିକାଲ ଇଞ୍ଜିନିୟରିଂ ପେପର-୧, ଜିଓଲୋଜି ପେପର-୧, ୨୮ ତାରିଖରେ ଏଗ୍ରିକଲଚରାଲ ପେପର-୧, ଆନିମଲ ହଜ୍‌ବ୍ୟାଣ୍ଡ୍ରି ଏବଂ ଭେଟେରିନାରୀ ସାଇନ୍ସ ପେପର-୧, ଫିଲୋସଫି ପେପର-୧, ୨୯ ତାରିଖରେ ଫିସରିଜ୍‌ ସାଇନ୍ସ ପେପର-୧, ଜିଓଲୋଜି ପେପର-୨, ୩୦ ତାରିଖରେ ଏଗ୍ରିକଲଚରାଲ ଇଞ୍ଜିନିୟରିଂ ପେପର-୨, ସିଭିଲ୍‌ ଇଞ୍ଜିନିୟରିଂ ପେପର-୨, ଇଲେକ୍ଟ୍ରିକାଲ ପେପର-୨, ମେକାନିକାଲ ଇଞ୍ଜିନିୟରିଂ ପେପର-୨, ଫିଲୋସଫି ପେପର-୨ ଏବଂ ୩୧ ତାରିଖରେ ଫିସରିଜ୍‌ ସାଇନ୍ସ ପେପର-୨, ଏଗ୍ରିକଲଚରାଲ ପେପର-୨, ଆନିମଲ ହଜ୍‌ବ୍ୟାଣ୍ଡ୍ରି ଏବଂ ଭେଟେରିନାରୀ ସାଇନ୍ସ ପେପର-୨ ପରୀକ୍ଷା ହେବ ବୋଲି ଓଡିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ସୂଚନା ଦିଆଯାଇଛି ।

Show More

Related Articles

Back to top button