ନିକିତା ହତ୍ୟାକାଣ୍ଡ ମାମଲା, ରାହୁଲ ରାଜପୁତ୍ ନାମରେ ନିକିତାଙ୍କ ସହ ଯୋଗାଯୋଗ କରୁଥିଲା ଅଭିଯୁକ୍ତ ତୌସିଫ୍
ନିକିତା ହତ୍ୟାକାଣ୍ଡ ମାମଲାରେ ତାଙ୍କ ପରିବାର ସଦସ୍ୟ ଅଭିଯୁକ୍ତ ତୌସିଫଙ୍କ ବିଷୟରେ ଆଉ ଏକ ବଡ଼ ଖୁଲାସା କରିଛନ୍ତି। ଘରର ଲୋକମାନେ କହିଛନ୍ତି ଯେ ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତ ତୌସିଫ ନିକିତା ସହ ନିଜ ନାମ ପରିବର୍ତ୍ତନ କରି ରାହୁଲ ରାଜପୁତ ନାମରେ କଥାବାର୍ତା କରୁଥିଲା । କିନ୍ତୁ, 2018 ମସିହାରେ ନିକିତାଙ୍କ ତୌସିଫର ବାସ୍ତବତା ଜାଣିଯାଇଥିଲେ

ନିକିତା ହତ୍ୟାକାଣ୍ଡ ମାମଲାରେ ତାଙ୍କ ପରିବାର ସଦସ୍ୟ ଅଭିଯୁକ୍ତ ତୌସିଫଙ୍କ ବିଷୟରେ ଆଉ ଏକ ବଡ଼ ଖୁଲାସା କରିଛନ୍ତି। ଘରର ଲୋକମାନେ କହିଛନ୍ତି ଯେ ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତ ତୌସିଫ ନିକିତା ସହ ନିଜ ନାମ ପରିବର୍ତ୍ତନ କରି ରାହୁଲ ରାଜପୁତ ନାମରେ କଥାବାର୍ତା କରୁଥିଲା । କିନ୍ତୁ, 2018 ମସିହାରେ ନିକିତାଙ୍କ ତୌସିଫର ବାସ୍ତବତା ଜାଣିଯାଇଥିଲେ | ଏହା ପରେ ନିକିତା ଅଭିଯୁକ୍ତଠାରୁ ଦୂରେଇବା ଆରମ୍ଭ କରିଥିଲେ । ତୌସିଫ ନିକିତାଙ୍କ ସହ ବନ୍ଧୁତା କରିବାକୁ ବହୁ ବାର ଚେଷ୍ଟା କରିଥିଲେ, କିନ୍ତୁ ନିକିତା ତାଙ୍କ ସହ କଦାପି କଥା ହୋଇନଥିଲେ। ସେହି ରାଗରେ ତୌସିଫ ନିକିତାଙ୍କୁ କିଡନାପ କରିନେବାକୁ ଚାହୁଁଥିଲେ । ତଥାପି, ସେ ତା କୌଶଳରେ ସଫଳ ହୋଇପାରିଲେ ନାହିଁ |
ଏହି ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି । ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତ ରେହାନ ନୁହ ଜିଲ୍ଲାର ବାସିନ୍ଦା । ମଙ୍ଗଳବାର ଦିନ ପୋଲିସ ଉଭୟ ଅଭିଯୁକ୍ତ ତୌସିଫ ଏବଂ ରେହାନଙ୍କୁ କୋର୍ଟରେ ହାଜର କରିଥିଲା ଯେଉଁଠାରୁ ସେମାନଙ୍କୁ ଦୁଇ ଦିନ ପାଇଁ ରିମାଣ୍ଡରେ ପଠାଯାଇଛି । ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି ଯେ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ତୁରନ୍ତ ଗିରଫ କରାଯାଇଛି । ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ରାଜ୍ୟ ଗୃହମନ୍ତ୍ରୀ ଅନିଲ ବିଜ୍ କହିଛନ୍ତି ଯେ ଏହି ଘଟଣାରେ ସମ୍ପୃକ୍ତ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏଥିସହ ଏହି ଘଟଣାରେ ବ୍ୟବହୃତ ଅସ୍ତ୍ରଶସ୍ତ୍ରକୁ ମଧ୍ୟ ପୋଲିସ ଉଦ୍ଧାର କରିଛି । ସେ କହିଛନ୍ତି ଯେ ଏସିପି କ୍ରାଇମ ଅନିଲ କୁମାରଙ୍କ ଅଧ୍ୟକ୍ଷତାରେ ଏସଆଇଟି ଏହି ମାମଲାର ତଦନ୍ତ କରୁଛି । ବିଜୟ କହିଛନ୍ତି ଯେ ଘଟଣାର ଶୀଘ୍ର ଅନୁସନ୍ଧାନ ପରେ ପୀଡିତାଙ୍କ ପରିବାରକୁ ନ୍ୟାୟ ଦେବା ଆମର ପ୍ରୟାସ ହେବ ।
ସୋମବାର ହରିୟାଣାର ଫରିଦାବାଦର ବଲାଭଗଡର ଅଗ୍ରୱାଲ କଲେଜ ବାହାରେ 21 ବର୍ଷର ନିକିତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ସେତେବେଳେ ନିକିତା ପରୀକ୍ଷା ଦେଇ କଲେଜରୁ ଘରକୁ ଫେରୁଥିଲେ । ଏହି ସମୟ ମଧ୍ୟରେ ଧଳା ରଙ୍ଗର I-20 କାରରେ ଉପସ୍ଥିତ ଦୁଇଜଣ ଅଭିଯୁକ୍ତ ତୌସିଫ ଓ ରେହାନ ତାଙ୍କୁ ଜବରଦସ୍ତ ଅପହରଣ କରି କାରରେ ନେଇ ଯିବାପାଇଁ ଚେଷ୍ଟା କରିଥିଲେ ।
ଏହା ମଧ୍ୟରେ ତାଙ୍କ କବଳରୁ ବର୍ତ୍ତିବା ପାଇଁ ନିକିତା ସେଠାରୁ ଦୌଡିକି ପଳାଇବାକୁ ଚେଷ୍ଟା କରୁଥିଲେ । ହେଲେ ଅଭିଯୁକ୍ତ ତୌସିଫ ତାଙ୍କୁ ଗୁଳିମାଡ କରି ଫେରାର ହୋଇଯାଇଥିଲା । ଗୁଳି ବାଜିବା କାରଣରୁ ନିକିତାଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ନିକିତାଙ୍କ ପରିବାର ସଦସ୍ୟ କହିଛନ୍ତି ଯେ ତୌସିଫ ତାଙ୍କୁ ବିବାହ ପାଇଁ ଜବରଦସ୍ତି ଧର୍ମ ପରିବର୍ତ୍ତନ କରିବାକୁ କ୍ରମାଗତ ଭାବରେ ଚାପ ପକାଉଥିଲେ । କିନ୍ତୁ ତାଙ୍କ ଝିଅ(ନିକିତା) ଏହାକୁ ପ୍ରତ୍ୟାଖାନ କରିଦେଇଥିଲେ ।