ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ଶୀତଦିନେ ପିଅନ୍ତୁ ପିଆଜ ଚା, ଶରୀର ପ୍ରତି ଖୁବ ହିତକର

ଶୀତଦିନ ଆଉ ଅଳ୍ପଦିନ ପରେ ପଳେଇ ଆସିବ l ବିଶେଷଜ୍ଞମାନେ କହିଛନ୍ତି ଯେ ଚଳିତ ବର୍ଷ ଥଣ୍ଡା ଅଧିକ ପଡିବ l ବଦଳୁଥିବା ଋତୁରେ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକମାନଙ୍କ ପାଖରେ ସଂକ୍ରମଣ ରୋଗ ଅଧିକ ଦେଖାଯାଇଥାଏ l ନିଜର ଇମ୍ୟୁନ ସିଷ୍ଟମକୁ ମଝବୁତ ରଖିବା ପାଇଁ ଫସଫରସରେ ପୂର୍ଣ୍ଣ ଖାଦ୍ୟ ପିଆଜର ଚାହାର ସାହାଯ୍ୟ ନେଇ ପାରିବେ

ବିଶେଷଜ୍ଞ ମାନଙ୍କ ଅନୁସାରେ ପିଆଜର ଇମ୍ୟୁନିଟି ବଢାଇବାର ପ୍ରାକୃତିକ ତତ୍ୱ ରହିଛି l ଏହି ଚାହାକୁ ଆପଣ ସହଜରେ ଘରେ ତିଆରି କରି ବ୍ୟବହାର କରି ପାରିବେ l ଏହାକୁ ବ୍ୟବହାର କରିବା ଦ୍ୱାରା ବଦଳୁଥିବା ଋତୁରେ କାଶ ,ଥଣ୍ଡା ,କଫ ଓ ଚର୍ମ ସଂକ୍ରମଣ ସମସ୍ୟା ଦୂର ହେବ l ପିଆଜର ଭିଟାମିନ-ସି ,ଆଣ୍ଟିଆକ୍ସିଡେଣ୍ଟର ଗୁଣ ,ମାଗ୍ନେଶୀୟମ ,ଆଇରନ ଓ ଜିଙ୍କ ଭରପୁର ମାତ୍ରାରେ ରହିଛି l

ପିଆଜ ଚାହା ତିଆରି କରିବାର ଜରୁରୀ ସାମଗ୍ରୀ -ଏହି ଚାହା ବନାଇବା ପାଇଁ ଛୋଟ ଛୋଟ କଟା ହୋଇଥିବା ପିଆଜ ,୫ଟି ଗୋଲ ମରିଚ ,ଗୁଜୁରାତି ଓ କିଛି ପାନମାଧୁରୀର ଆବଶ୍ୟକତା ରହିଛି l

ବିଧି -ଗୋଟିଏ ପାତ୍ରରେ ଗୋଟିଏ ଗ୍ଲାସ ପାଣି ଫୁଟାନ୍ତୁ l ବର୍ତ୍ତମାନ ଏଥିରେ କଟା ଯାଇଥିବା ପିଆଜକୁ ପକାନ୍ତୁ ଓ ଗୋଲମରିଚକୁ ମଧ୍ୟ ପକାଇ ଦିଅନ୍ତୁ l ଏହା ଦୁଇ ମିନିଟ ଫୁଟିବା ପରେ ଦୁଇଟି ଗୁଜୁରାତିକୁ ଛେଚି ଏଥିରେ ପକାନ୍ତୁ ଓ ଏକ ଚାମଚ ପାନମାଧୁରୀ ପକାଇ ଦିଅନ୍ତୁ l ବର୍ତ୍ତମନ ୨୦ ମିନିଟ ପାଇଁ ଜାଳେଣୀକୁ କମାଇ ଏକ ଘୋଡଣିକୁ ଢାଙ୍କି ଦିଅନ୍ତୁ l ୨୦ ମିନିଟ ପରେ ଏହାକୁ ଛାଣି ଉଷୁମ ଉଷୁମ ପିଅନ୍ତୁ l ଆପଣ ଚାହିଁଲେ ପିଆଜ ଚାପରେ ମଧ୍ୟ ଚାହା ତିଆରି କରି ପିଇ ପାରିବେ l

ପିଆଜ ଚୋପରେ ଚାହା ତିଆରି କରିବାକୁ ହେଲେ ଫୁଟୁଥିବା ପାଣିରେ ଗ୍ରୀନ-ଟି ପକାନ୍ତୁ ଓ କିଛି ପିଆଜ ଚୋପାକୁ ଏଥିରେ ସାମିଲ କରନ୍ତୁ l ବର୍ତ୍ତମାନ ଏହାକୁ ୧୦ ମିନିଟ ପର୍ଯ୍ୟନ୍ତ ଘୋଡଣି ଢାଙ୍କି ଛାଡି ଦିଅନ୍ତୁ l ପରେ ଏହାକୁ ଛାଣି ଏଥିରେ କିଛି ଲେମ୍ବୁ ରସ ଓ ମହୁ ମିଶାଇ ବ୍ୟବହାର କରନ୍ତୁ l

Show More

Related Articles

Back to top button