ସ୍ୱାସ୍ଥ୍ୟ

ଆପଣଙ୍କୁ ଭୁଲି ଯିବାର ଅଭ୍ୟାସ ଅଛି କି?

ଏପରି ଅଭ୍ୟାସ ଥିଲେ କଣ କରିବା ଦରକାର ଅସନ୍ତୁ ପଢିବା ସେ ବିଷୟରେ-

ପ୍ରତେକ ଦିନ ନିଜ ବେସ୍ତ ବହୁଳତା ଜୀବନରେ ଆମେ ନିଜପାଇଁ ସମୟ ବାହାରକରି ପାରୁନାହୁଁ ଓ କେତେବେଳେ ଆମ ଶରୀର ରୋଗଗ୍ରସ୍ତ ହୋଇଯାଉଛି ତାହା ମଧ୍ୟ ଆମେ ଜାଣି ପାରୁନୁ l ସୁସ୍ଥ ରହିବ ପାଇଁ ଜରୁରୀ ଅଟେ ଆମେ ଏପରି ଖାଦ୍ୟ ଖାଇବା ଯାହା ଶରୀର ସହିତ ମସ୍ତିଷ୍କକୁ ଉର୍ଜାବାନ ରଖିବା l ଯଦି ଆପଣଙ୍କୁ ଭୁଲିବାର ରୋଗ ରହିଛି କିମ୍ବା ଶୀଘ୍ର କିଛି ମନେ ପଡୁନାହିଁ ତେବେ ଏହି କେତୋଟି ପାନୀୟ ଆପଣଙ୍କୁ ଲାଭ ଦେଇ ପରେ l ଯାହା ଆପଣଙ୍କ ମସ୍ତିଷ୍କକୁ ସୁସ୍ଥ ରଖିବା ସହିତ ସ୍ମରଣ ଶକ୍ତି ମଧ୍ୟ ଦୃଢ ହେବ l

* ଡାଳିମ୍ବ ରସ – ଡାଳିମ୍ବର ଅଣ୍ଟିଆକ୍ସିଡେଣ୍ଟ ରହିଥିବା ହେତୁ ଏହାକୁ ସେବନ କରିବା ଦ୍ୱାରା ଶରୀରରେ ରକ୍ତ ସଂଚାଳନ ଉନ୍ନତ ହୋଇଥାଏ l ଯେଉଁ କାରଣରୁ ମସ୍ତିସ୍କ ପର୍ଯ୍ୟନ୍ତ ଅକ୍ସିଜେନ ପର୍ଯ୍ୟାପ୍ତ ମାତ୍ରାରେ ସପ୍ଲାୟ କରିବାକୁ ହୋଇଥାଏ ଓ ମସ୍ତିସ୍କ ଠିକ୍ ରେ କାମ କରିଥାଏ l ଡାଳିମ୍ବ ରସ ପିଇବା ଦ୍ୱାରା ଆଉଗୋଟିଏ ଲାଭ ମଧ୍ୟ ମିଳିଥାଏ l ରକ୍ତରେ ଶର୍କରାର ଅଂଶ ବଢ଼ିନଥାଏ କିନ୍ତୁ ଫଳର ରସ ପିବ ଦ୍ୱାରା ଶର୍କରା ବଢିବାର ସମ୍ଭାବନା ରହିଥାଏ l

* ବିଟ୍ ରୁଟ୍ ରସ -ସାଧାରଣତଃ ଆମେ ସାଲାଡ଼ରେ ବିଟ୍ ରୁଟ୍ ଖାଇବାକୁ ପସନ୍ଦ କରି ନଥାଉ ,କିନ୍ତୁ ଆପଣ ଯଦି ତାର ଲାଭ ବିଷୟରେ ଜାଣିବେ ତେବେ ପ୍ରତେକ ଦିନ ବ୍ୟବହାର କରିବା ପାଇଁ ବାଧ୍ୟ ହେବେ l ବିଟ୍ ରୁଟ୍ ଗୋଟିଏ ପରି ପାରିବା ଯେଉଁଥିରେ ଅଣ୍ଟିଆକ୍ସିଡେଣ୍ଟ ,ଭିଟାମିନ ଓ ଫାଇବର ଅଧିକ ପରିମାଣରେ ରହିଥାଏ l ବିଟ୍ ରୁଟ୍ ର ରସକୁ ନିଜ ଖାଦ୍ୟରେ ସାମିଲ କରିବା ଦ୍ୱାରା ଇମ୍ୟୁନ ସିଷ୍ଟମ ମଝବୁତ ହୋଇଥାଏ l ବିଟ୍ ରୁଟ୍ ଥିବା ନାଇଟ୍ରିକ ଏସିଡ ରକ୍ତ ପ୍ରବାହକୁ ଉନ୍ନତ କରିଥାଏ ,ଯାହା ଦ୍ୱାରା ମସ୍ତିସ୍କ କାମ କରିବାରେ କ୍ଷମତା ବଢ଼ାଇଥାଏ l

* ଗ୍ରୀନ ଟି -ଗ୍ରୀନ ଟି ସ୍ମରଣ ଶକ୍ତିକୁ ମଝବୁତ କରିବାରେ ସହାୟକ ହୋଇଥାଏ l ଏଥିରେ ମିଳୁଥିବା ଅଣ୍ଟିଆକ୍ସିଡେଣ୍ଟ ଓ ଆମିନୋ ଏସିଡ ମାନସିକ ଚାପର ପ୍ରଭାବକୁ କମ କରିଥାଏ ଓ ସ୍ମରଣ ଶକ୍ତି ବଢ଼ିବାରେ ସାହାଯ୍ୟ କରିଥାଏ l ଗ୍ରୀନ ଟିରେ ଏଲ-ଥିଆନିନ ଆପଣଙ୍କ ଶରୀରରେ ରହିଥିବା କାର୍ତ୍ତିସୋଲର ସ୍ତରକୁ ଘଟାଇବା ସହିତ ମାତିଶକକୁ ସତେଜ ରଖିଥାଏ l

Show More

Related Articles

Back to top button