ସ୍ୱାସ୍ଥ୍ୟ

ଶୀତଦିନେ ପ୍ରଦୂଷଣ ଯୋଗୁଁ ଆସ୍ଥମାରୁ ରକ୍ଷା କରିଥାଏ ଏହି ୪ଟି ଘରୋଇ ଉପଚାର

ଆସନ୍ତୁ ପଢିବା ସେ ବିଷୟରେ-

ଅନ୍ୟ ଋତୁ ଅପେକ୍ଷା ଶୀତଋତୁରେ ଅଧିକ ପ୍ରଦୂଷଣ ଦେଖାଦେଇଥାଏ l ପ୍ରଦୂଷଣର ଶିକାର ହୋଇ ଅଧିକାଂଶ ଲୋକ ଆସ୍ଥମା ରୋଗର ଶିକାର ହୋଇଥାନ୍ତି l ଆସ୍ଥମା ଦ୍ୱାରା ନିଶ୍ୱାସ ପ୍ରଶ୍ୱାସ ରେ କଷ୍ଟ ହୋଇଥାଏ l କୌଣସି ଜିନିଷ ଦ୍ୱାରା ଆଲର୍ଜି ହୋଇ ଏହି ସମସ୍ୟା ଦେଖାଦେଇଥାଏ l ଦିନକୁ ଦିନ ବଢୁଥିବା ପ୍ରଦୂଷଣ କାରଣରୁ ଆସ୍ଥମା ଆଜିକାଲି ଏକ ସାଧାରଣ ସମସ୍ୟା ହୋଇ ଯାଇଛି l ଏମିତିରେ ଦେଖିବାକୁ ଗଲେ ପ୍ରାୟ ସମସ୍ତେ ଔଷଧର ଆଶ୍ରୟ ନେଇ ଥାନ୍ତି , କିନ୍ତୁ କିଛିଟା ଘରୋଇ ଉପଚାର ଦ୍ୱାରା ମଧ୍ୟ ଆସ୍ଥମା କୁ ନିୟନ୍ତ୍ରଣ କରାଯାଇ ପାରିବ l ଆସନ୍ତୁ ସେ ବିଷୟରେ ଜାଣିବା l

* ମେଥିଦାନା – କଞ୍ଚା ମେଥି ମଞ୍ଜିକୁ ସିଝାନ୍ତୁ , ତାପରେ ତାହାକୁ ଛାଣି ସେଥିରେ କିଛି ଅଦାରସ ଓ ମହୁ ମିଶାଇ ପ୍ରତ୍ୱେକଦିନ ପିଅନ୍ତୁ l ଦେଖିବେ କିଛିଦିନ ପରେ ଆପଣଙ୍କୁ ଆରମ୍ ମିଳିବ l କିନ୍ତୁ ଯେବେବି ଏହାକୁ ପିଇବେ ଖାଲି ପେଟରେ ପିଇବେ ନାହିଁ ଏବଂ ଦିନକୁ ଦୁଇଥର ପିଇବେ l

* ପାଚିଲା କଦଳୀ – ଆପଣଙ୍କୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଏହା ସତ ଯେ ପାଚିଲା କଦଳୀକୁ ଆସ୍ଥମା ପାଇଁ ବ୍ୟବହାର କରାଯାଏ l ଗୋଟିଏ ପାଚିଲା କଦଳୀ ନିଅନ୍ତୁ , ତାପରେ ତାକୁ ନିଆଁରେ ସେକି ନିଅନ୍ତୁ l ଏହାପରେ ତାର ଚୋପାକୁ ଛଡାଇ ତାକୁ କାଟି ନିଅନ୍ତୁ l ଏହି କଟାଯାଇଥିବା କଦଳୀକୁ ଗୋଲ ମରିଚ ସହିତ ଗରମ ଗରମ ରୋଗୀକୁ ଖାଇବାକୁ ଦିଅନ୍ତୁ l ଏହାଦ୍ୱାରା ରୋଗୀକୁ ଆରମ୍ଭ ମିଳିବ l

* ରସୁଣ – ରସୁଣ ଆସ୍ଥମାର ଚିକିତ୍ସା ପାଇଁ ରାମବାଣ ଅଟେ l ଆସ୍ଥମା ରୋଗୀମାନେ ରସୁଣରେ ପ୍ରସ୍ତୁତ ଚା ପି ପାରିବେ l ୩୦ ମିଲି ଖିରରେ ୫ଟି ରସୁଣ ପାଖୁଡା ପକାଇ ଫୁଟାନ୍ତୁ , ଏହାକୁ ଉଷୁମ ଉଷୁମ ଦିନକୁ ୨ଥର ସେବନ କରନ୍ତୁ ଆରମ୍ଭ ମିଳିବ l

* ତୁଳସୀ – ଆପଣମାନେ ଜାଣିଥିବେ ତୁଳସୀର ଅନେକ ଔଷଧୀୟ ଗୁଣ ରହିଛି l ସେହି ଭଳି ଆସ୍ଥମା ପାଇଁ ମଧ୍ୟ ତୁଳସୀ ଅତ୍ୟନ୍ତ ଲାଭକାରୀ l ଯଦି ଆପଣ ଆସ୍ଥମା ଦ୍ୱାରା ଆକ୍ରାନ୍ତ ହେଉଛନ୍ତି ତେବେ ପ୍ରତ୍ୱେକଦିନ ତୁଳସୀପତ୍ରକୁ ଗୋଲ ମରିଚ ସହିତ ଖାଇ ଉଷୁମପାଣି ପିଅନ୍ତୁ କିମ୍ବା ତୁଳସୀ ଚା ରେ ମହୁ ଓ ଜୁଆଣି ପକାଇ ପ୍ରତେକ ଦିନ ୨ଥର ସେବନ କରନ୍ତୁ ଯାହା ଆପଣଙ୍କୁ ଆରାମ ଦେବା l

Show More

Related Articles

Back to top button