ସ୍ୱାସ୍ଥ୍ୟ

ମହୁଲ ଫୁଲର ଘରୋଇ ଚିକିତ୍ସା

ମହୁଲ ଗଛ ସାଧାରଣତଃ ପାହାଡିଆ ଜାଗା ଓ ଜଙ୍ଗଲ ଜାଗାରେ ଅଧିକ ଭାବରେ ଦେଖିବାକୁ ମିଳିଥାଏ l ମହୁଲ ଫୁଲକୁ ପାହାଡିଆ ଅଞ୍ଚଳର ଲୋକମାନେ ଖାଦ୍ୟ ଭାବରେ ବ୍ୟବହାର କରିଥାନ୍ତି l ମହୁଲର କେତେକ ଔଷଧୀୟ ଗୁଣ ମଧ୍ୟ ରହିଛି l ମହୁଲ ଗଛର ଫୁଲକୁ ମଦ ଭାବରେ ପ୍ରସ୍ତୁତ କରାଯାଏ

ଶୀତଦିନରେ ଏହାକୁ ସାଧାରଣତଃ ଫୁଟିବାର ଦେଖାଯାଏ l ଖରାଦିନ ଆସିଲା ବେଳକୁ ଏହା ପରିପକ୍ଵ ଅବସ୍ଥାକୁ ଚାଲି ଆସିଥାଏ l

* ଚର୍ମ ରୋଗ -ଚର୍ମ ରୋଗ ବିଭିନ୍ନ ସମସ୍ୟା କାରଣରୁ ଆମେମାନେ ବିଭିନ୍ନ ପ୍ରକାରର ଔଷଧ ସେବନ କରିବା ସହିତ ଲଗାଇ ମଧ୍ୟ ଥାଉ l କିନ୍ତୁ ବେଳେ ବେଳେ ଏହି ଚର୍ମ ରୋଗ ଅଟେ ଭୟଙ୍କର ରୂପ ନିଏଯେ ଯାହା ସମ୍ଭାଳିବା ଆମ ପକ୍ଷରେ ସାହିବ କଷ୍ଟକର ହୋଇଥାଏ l ମହୁଲ ମଞ୍ଜିରୁ ପ୍ରସ୍ତୁତ ହୋଇଥିବା ତେଲକୁ ଉଷୁମ କରି ଚର୍ମ ରୋଗରେ ଲଗାଇବା ଦ୍ୱାରା ଆରମ୍ଭ ମିଳିଥାଏ l

* ଦାନ୍ତ ରୋଗ – ଶୀତଦିନେ ଦାନ୍ତରୋଗର ସମସ୍ୟା ଅଧିକ ଦେଖା ଦିଏ l ନଚେତ ଖରାଦିନେ ମଧ୍ୟ ଦାନ୍ତରୋଗ ସମସ୍ୟା ଆସିଥାଏ l ଯଦି ଏହିପରି ସମସ୍ୟାର ସମ୍ମୁଖୀନ ଆପଣ ହେଉଛନ୍ତି ତେବେ ମହୁଲ ଗଛର ଛେଳିକୁ ପାଣିରେ ସିଝାଇ ସେହି ପାଣିକୁ ଉଷୁମୁ ଉଷୁମୁ କୁଳି କଲେ ସ୍ବାମସ୍ତ ପ୍ରକାର ଦାନ୍ତ ରୋଗରୁ ଅରାମ ମିଳିବ l

* କାଶ ରୋଗ -କାଶ ରୋଗ ଥଣ୍ଡାରୁ ହୋଇଥିଲେ ମଧ୍ୟ ବେଳେ ବେଳେ ପେଟ ଗରମରୁ ମଧ୍ୟ ଦେଖା ଦେଇଥାଏ l ଲହରା କାଶ ହେଉ କିମ୍ବା ସାଧାରଣ କାଶ ମହୁଲ ଫୁଲ ସେଥିପାଇଁ ଅତ୍ୟନ୍ତ ହିତକାରୀ l ମହୁଲ ଫୁଲକୁ ବାଟି ସେଥିରେ କିଛି ଦେଶୀ ଘିଅ ମିଶାଇ ଏକ ଚାମଚ ମାତ୍ରାରେ ପ୍ରତେକ ଦିନ ଖାନ୍ତୁ l ଦେଖିବେ କାଶ ରୋଗ ଠିକ ହୋଇଯିବ l

* ଗଣ୍ଠି ବାତ ରୋଗ – ଗଣ୍ଠି ବାତ ରୋଗ ଆଜିକାଲି ଏକ ସାଧାରଣ ସମସ୍ୟା ଭାବେରେ ଦେଖା ଦେଉଛି l ଏହି ରୋଗ ଦ୍ୱାରା ମଣିଷକୁ ଉଠା ବସା କରିବା ସହିତ ଚଳିବାରେ ମଧ୍ୟ ଅସୁବିଧା ଦେଖା ଦେଇଥାଏ l ମହୁଲ ତେଲରେ କର୍ପୁର ମିଶାଇ ଆଣ୍ଠୁଗଣ୍ଠିରି ମାଲିସ କରିବା ଦ୍ୱାରା ଗଣ୍ଠି ବାତରୁ ଆରମ ମିଳିଥାଏ l

* କଫ ବଢିଗଲେ -କଫ ବଢିବା ଥଣ୍ଡା ଦିନରେ ଏକ ସାଧାରଣ ସମସ୍ୟା l କିନ୍ତୁ ବେଳେବେଳେ ଏହି କଫ ଛାତିରେ ଜମାଟ ବାନ୍ଧି ଯାଇଥାଏ l ଯଦି ଏପରି ହେଉଛି ତେବେ ମହୁଲ ଫୁଲକୁ ବାଟି ତାହାକୁ ଉଷୁମ କ୍ଷୀର ସହିତ ଖାଆନ୍ତୁ ଦେଖିବେ କଫ ତରଳି ଯାଇ ବାହାରି ଆସିବ l

Show More

Related Articles

Back to top button