ଜୀବନଚର୍ଯ୍ୟା

ଆସନ୍ତୁ ଜାଣିବା ନଡ଼ିଆରେ କେଉଁ ଦେବତା ବାସ କରନ୍ତି

ନଡ଼ିଆ ସମସ୍ତ ଶୁଭ କାର୍ଯ୍ୟରେ ନିଶ୍ଚିନ୍ତ ଭାବରେ ବ୍ୟବହାର କରାଯାଇଥାଏ l ହିନ୍ଦୁ ଧର୍ମରେ କୌଣସି ବ୍ରତ କିମ୍ବା ପର୍ବ ନାହିଁ ଯାହା ନଡ଼ିଆ ବିନା କରାଯାଇଥାଏ ,ନଡ଼ିଆ ବିନା ମଙ୍ଗଳ କାର୍ଯ୍ୟ ହେବ ଅସମ୍ଭବ l କିନ୍ତୁ ନଡ଼ିଆ ଅଟେ ପବିତ୍ର ଓ ପୂଜନୀୟ କଣ ପାଇଁ?

କଣ ପାଇଁ ନଡ଼ିଆ ବିନା ଶୁଭ ସିଦ୍ଧ ହୋଇନଥାଏ l ଏହାର ଆଲୋଚନା ଶାସ୍ତ୍ରରୁ ମିଳିଛି l

  1. ତ୍ରିଦେବଙ୍କର ହୋଇଥାଏ ବାସ -କୁହାଯାଏ ନଡ଼ିଆରେ ବ୍ରହ୍ମା ,ବିଷ୍ଣୁ ଓ ମହେଶ୍ୱର ବାସ କରିଥାନ୍ତି l ଯଦି ଗୋଟିଏ ଜାଗାରେ ଏହି ତିନିଜଣ ବାସ କରନ୍ତି ତେବେ ତାହାର ମହତ୍ୱ ଅଧିକ ରହିବ l ସେଥିପାଇଁ ସମସ୍ତ ପୂଜା ଓ ଶୁଭ କାର୍ଯ୍ୟରେ ନଡ଼ିଆର ବ୍ୟବହାର ହୋଇଥାଏ l ଏହା ଦ୍ୱାରା ଲଗେଜେ ଆମେ ତିନୋଟି ଦେବତାଙ୍କର ଏକ ସାଙ୍ଗରେ ଆଶୀର୍ବାଦ ପାଇଁ ପରିବା l

2. ନଡ଼ିଆ ସହିତ ପ୍ରକଟ ହୋଇଥିଲେ ବିଷ୍ଣୁ -ଶାସ୍ତ୍ରରେ ମାନ୍ୟତା ରହିଛି ଯେତେବେଳେ ଭଗବାନ ବିଷ୍ଣୁ ପ୍ରକଟ ହୋଇଥିଲେ ସେତେବେଳେ ଲକ୍ଷ୍ମୀ ଓ କାମଧେନୁଙ୍କ ସହିତ ନଡ଼ିଆ ଗଛ ନେଇ ପ୍ରକଟ ହୋଇଥିଲେ l ସେଥିପାଇଁ ଭଗବାନ ବିଷ୍ଣୁଙ୍କୁ ମଧ୍ୟ ନଡ଼ିଆ ଗଛ ସହିତ ଯୋଡ଼ା ଯାଇଥାଏ ଓ ତାଙ୍କର ପ୍ରତ୍ୱେକଟି ପୂଜାରେ ନଡ଼ିଆର ବ୍ୟବହାର କରାଯାଏ l ଖାସ କରି ନଡ଼ିଆକୁ ମାତା ଲକ୍ଷ୍ମୀଙ୍କର ସ୍ୱରୂପ କୁହାଯାଏ l ସେଥିପାଇଁ ଯେଉଁଗଛରେ ନଡ଼ିଆ ଗଛ ରହିଛି କୁହାଯାଏ ଯେ ମାତା ଲକ୍ଷ୍ମୀ ବାସ କରିଛନ୍ତି l

 

3. ମହିଳା ମାନେ ନଡ଼ିଆ ଭାଙ୍ଗିବା ମନା -ହିନ୍ଦୁ ଧର୍ମରେ ଏପରି ପରମ୍ପରା ରହିଛି ଯେକୌଣସି ପୂଜା ଓ ଶୁଭ କାର୍ଯ୍ୟରେ ନଡ଼ିଆକୁ ଭାଙ୍ଗି ପ୍ରସାଦ ଭାବରେ ବଣ୍ଟା ଯାଇଥାଏ l କିନ୍ତୁ ଏପରି କିଛି ତଥ୍ୟ ରହିଛି ଶୁଭ କାର୍ଯ୍ୟରେ ମହିଳା ମାନେ ନଡ଼ିଆ ଭାଙ୍ଗି ପାରିବେ ନାହିଁ l ଏହା ପଛରେ ଥିବା କାରଣ ମଧ୍ୟ କୁହା ଯାଇଛି l ମହିଳା ମାନେ ସୃଷ୍ଟିକୁ ଆଗକୁ ବାଢ଼ନ୍ତି l ନଡ଼ିଆକୁ ମଧ୍ୟ ଗୋଟିଏ ମଞ୍ଜି ଭାବରେ ଅଙ୍କିତ କରାଯାଇଛି l ସେଥିପାଇଁ ମହିଳା ମାନେ ନଡ଼ିଆ ଭାଙ୍ଗିବା ଶାସ୍ତ୍ରରେ ନିଷେଧ ଅଟେ l

4. ନଡ଼ିଆରେ ରହିଛି ଅନେକ ଲାଭ -ନଡ଼ିଆ କେବଳ ଶୁଭ କାର୍ଯ୍ୟ କିମ୍ବା ପୂଜା କାର୍ଯ୍ୟ ହୋଇ ନଥାଏ l ଏହାର ଅନେକ ପ୍ରକାରର ଲାଭ ମଧ୍ୟ ରହିଛି ପ୍ରତେକ ଦିନ ନଡ଼ିଆ ସେବନ କରିବା ଦ୍ୱାରା କେଶରୁ ନେଇ ତ୍ୱଚା ପର୍ଯ୍ୟନ୍ତ ସୁସ୍ଥ ରହିଥାଏ l ଖାସ କରି ଛୋଟ ପିଲା ମାନଙ୍କୁ ନଡ଼ିଆରୁ ବାହାରୁଥିବା ପାଣି ନିଶ୍ଚିନ୍ତ ପିଆଇବା ଆବଶ୍ୟକ ,କାରଣ ଏହା ଛୋଟ ପିଲା ମାନଙ୍କ ଭିତରେ ପାଣିର କମି ଆସିବାକୁ ଦିଅ ନାହିଁ l ଯଦି କୌଣସି ବ୍ୟକ୍ତି ଶାରୀରିକ ଭାବରେ ଦୁର୍ବଳ ଅଟେ ତେବେ ପ୍ରତେକ ଦିନ ନଡ଼ିଆ ଖାଇବା ଉଚିତ ଯାହା ଶାରୀରିକ ଦୁର୍ବଳତାକୁ ଦୂର କରିବ l

Show More

Related Articles

Back to top button