ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ଶୀତଦିନେ ସେବନ କରନ୍ତୁ କଞ୍ଚା ହଳଦୀ, ମିଳିବ ଏହି ୫ଟି ଫାଇଦା

ଶୀତଦିନରେ ଆପଣଙ୍କୁ ବଜାରରେ ବିଭିନ୍ନ ପ୍ରକାରର ପନିପରିବା ମିଳିଥାଏ l ଏହି ପରିବା ଗୁଡିକ କେବଳ ସ୍ୱାଦଯୁକ୍ତ ନୁହେଁ ବରଂ ସ୍ୱାସ୍ଥ୍ୟପକ୍ଷେ ମଧ୍ୟ ହିତକର ହୋଇଥାଏ l ସେହିମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ହଳଦୀ ,ଯାହା ଅଦା ଭଳି ସିନା ଦେଖାଯାଏ କିନ୍ତୁ ଅନେକ ଗୁଣର ଅଟେ l ପ୍ରାୟ ସମସ୍ତ ଭାରତୀୟ ଖାଦ୍ୟରେ ହଳଦୀର ବ୍ୟବହାର ହୋଇଥାଏ l କିନ୍ତୁ ଶୀତଦିନରେ କଞ୍ଚା ହଳଦୀ ଖାଇବା ସ୍ୱାସ୍ଥ୍ୟପକ୍ଷେ ଅତ୍ୟନ୍ତ ହିତକର ଅଟେ

କଞ୍ଚା ହଳଦୀ ଅଧିକାଂଶ ରୋଗ ଠାରୁ ଆମ ଶରୀରକୁ ରକ୍ଷା କରିଥାଏ l
ହଳଦୀ ଔଷଧୀୟ ଗୁଣର ଗନ୍ତାଘର ଅଟେ l ଏହାକୁ ସିନା ଆମେ ଗୋଟିଏ ମସଲା ଭାବରେ ବ୍ୟବହାର କରୁ କିନ୍ତୁ ପ୍ରକୃତରେ ଶୀତଦିନରେ ହଳଦୀ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁଣକାରୀ ଅଟେ l
* କଞ୍ଚା ହଳଦୀ ରେ କ୍ୟାଲସିୟମ , ଆଇରନ ,ମ୍ୟାଗନେସିୟମ ,ଜିଙ୍କ ଓ ଅନେକ ପ୍ରକାରର ଭିଟାମିନ ମିଳିଥାଏ l ଯାହା ଆମ ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରେ l ଶୀତଦିନରେ ଯଦି ଆପଣ କଞ୍ଚା ହଳଦୀକୁ ଖିରରେ ବ୍ୟବହାର କରିବେ ତେବେ ଥଣ୍ଡା ଜନିତ ରୋଗ ସର୍ଦି କାଶ ଇତ୍ୟାଦି ଦୂରେଇଯିବ l କଞ୍ଚା ହଳଦୀ ଶରୀରର ଇମ୍ୟୁନିଟି କୁ ବଢ଼ିଥାଏ ଓ ଶରୀରକୁ ଅନେକ ସଂକ୍ରମଣ ରୁ ଦୁରେଇ ରଖିଥାଏ l
*କଞ୍ଚା ହଳଦୀ ଆଣ୍ଟି ଇଂଫ୍ଲାମେଟୋରି ଗୁଣରେ ଭରପୁର ଅଟେ l ଯାହା ଦ୍ୱାରା ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଓ ଗଣ୍ଠି ଫୁଲା ଇତ୍ୟାଦିରୁ ଆରାମ ମିଳିଥାଏ l କଞ୍ଚା ହଳଦୀ ନିୟମିତ ସେବନ କରିବା ଦ୍ୱାରା ଆର୍ଥରାଇଟ୍ସ ଓ ଗଣ୍ଠିଫୁଲାରୁ ଆରାମ ମିଳିଥାଏ l

* ମଧୁମେହ ରୋଗୀ ମାନଙ୍କ ପାଇଁ କଞ୍ଚା ହଳଦୀ ଅତ୍ୟନ୍ତ ଗୁଣ କାରି ଅଟେ l ଏଥିରେ ଥିବା ଲିପପଲି ସାଚୁରାଇଟ ନାମକ ତତ୍ୱ ରକ୍ତରେ ଗ୍ଲୁକୋଜର ସ୍ତରକୁ କମ କରିଥାଏ l କଞ୍ଚା ହଳଦୀ ନିୟମିତ ସେବନ କରିବା ଦ୍ୱାରା ଶରୀରରେ ଇନ୍ସୁଲିନର ସ୍ତର ନିୟମିତ ରୁହେ l
* ପେଟର ସମସ୍ୟା ପାଇଁ କଞ୍ଚା ହଳଦୀ ସେବନ କରିବା ଲାଭ ଦାୟକ l ଏହାକୁ ନିୟମିତ ସେବନ କଲେ ପାଚନ ତନ୍ତ୍ର ମଝବୁତ ହେବ ସହିତ ଗ୍ୟାସ ଓ ବଦହଜମି ଓ ପେଟ ଫୁଲିବା ସମସ୍ୟାରୁ ଆରାମ ମିଳିଥାଏ l
* କଞ୍ଚା ହଳଦୀ ବ୍ୟବହାର ଦ୍ୱାରା ଶରୀରରେ ଖରପ କୋଲେଷ୍ଟ୍ରଲର ସ୍ତର ନିୟନ୍ତ୍ରିତ ରହିଥାଏ l ଏଥିରେ ଭିଟାମିନ-ବି ୬ ଭରପୁର ମାତ୍ରାରେ ରହିଥିବାରୁ ହୃତପିଣ୍ଡ ମଧ୍ୟ ସୁସ୍ଥ ରହିଥାଏ l

Show More

Related Articles

Back to top button