ଜୀବନଚର୍ଯ୍ୟା

ହାତରେ ଏଭଳି ଚିହ୍ନ ଥିଲେ ହେବେ ଭାଗ୍ୟଶାଳୀ

ନିଜ ଇଚ୍ଛାରେ ମିଳିବ ଚାକିରୀ-

ବ୍ୟକ୍ତିର ଉନ୍ନତିରେ କର୍ମ ସହ ଭାଗ୍ୟର ମଧ୍ୟ ବହୁତ ବଡ ଭୂମିକା ରହିଛି । ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଖୁବ୍ ମହତ୍ବପୂର୍ଣ୍ଣ ବୋଲି କୁହାଯାଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଜଣେ ବ୍ୟକ୍ତିର ହାତରେ ଏହିଭଳି ବିଶେଷ ପ୍ରକାରର ଚିହ୍ନ ରହିଥାଏ ତେବେ ସେମାନେ ଭାଗ୍ୟ ନେଇ ଧନୀ ବୋଲି କୁହାଯାଇଥାଏ । ସେମାନଙ୍କୁ ଧନ-ସମ୍ପତ୍ତି ବ୍ୟତୀତ ଯଶ ଓ ବୈଭବ ମିଳିଥାଏ । ଏମିତି ବ୍ୟକ୍ତି ସମାଜରେ ବେଶ୍ ଲୋକପ୍ରିୟତା ହାସଲ କରିଥାନ୍ତି ।

ତ୍ରିଶୂଳର ଚିହ୍ନ ଦେଇଥାଏ ପ୍ରତିଷ୍ଠା :

ଶିବଙ୍କର ପ୍ରିୟ ହେଉଛି ତ୍ରିଶୂଳ । ବ୍ୟକ୍ତିଙ୍କ ହାତରେ ତ୍ରିଶୂଳ ଚିହ୍ନ ଥିଲେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ତାହାକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଏ । ଏମିତି ଲୋକ ଭାଗ୍ୟ ନେଇ ଧନୀ ହୋଇଥାନ୍ତି । ସେମାନଙ୍କୁ ସମାଜରେ ପ୍ରତିଷ୍ଠା ମିଳିଥାଏ । ଏମିତି ଲୋକ ପ୍ରତିଷ୍ଠିତ ଅଭିନେତା, ରାଜନେତା ଅଥବା ବ୍ୟବସାୟୀ ହୋଇଥାନ୍ତି ।

ନିକିତି ଚିହ୍ନ ଥିଲେ ରହିଛି ଧନ ଯୋଗ :

ଯଦି କାହା ହାତରେ ନିକିତିର ଚିହ୍ନ ରହିଥାଏ ତେବେ ଏମିତି ଲୋକ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କ ଉପରେ ମା’ ଲକ୍ଷ୍ମୀଙ୍କ ଅସୀମ କୃପା ରହିଥାଏ । ଏମାନଙ୍କୁ କେବେ ଧନ ସମ୍ପତ୍ତିର ଅଭାବ ଦେଖାଦିଏନାହିଁ । କାରଣ ଏମାନଙ୍କ ହାତ ରେଖା ଆଧାରରେ ଧନ ଯୋଗ ରହିଥାଏ । ଏହାକୁ ଲକ୍ଷ୍ମୀଯୋଗ ବୋଲି ମଧ୍ୟ କୁହାଯାଇଥାଏ ।

ପଦ୍ନ ଚିହ୍ନ ଥିବା ବ୍ୟକ୍ତି ଇଚ୍ଛା ଅନୁସାରେ ପାଇଥାନ୍ତି ଚାକିରୀ :

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁମାନଙ୍କ ହାତରେ ପଦ୍ମ ଚିହ୍ନ ରହିଥାଏ ସେମାନେ ଜୀବନରେ ସର୍ବଦା ସଫଳ ହୋଇଥାନ୍ତି । ସେମାନେ ନିଜ ଇଚ୍ଛା ଅନୁସାରେ ଚାକିରୀ ଅଥବା ବ୍ୟବସାୟ କଲେ ସଫଳତା ପାଇଥାନ୍ତି । ପଦ୍ମ ଚିହ୍ନ ବିଷ୍ଣୁ ଯୋଗ ଦେଇଥାଏ । ଏଥିପାଇଁ ସେମାନଙ୍କ ନିକଟରେ ସର୍ବଦା ଧନ ରହିଥାଏ ।

ସ୍ବସ୍ତିକ ଚିହ୍ନ ଥିବା ବ୍ୟକ୍ତି ହୋଇଥାନ୍ତି ଗୁଣବାନ୍ :

ଯେଉଁ ବ୍ୟକ୍ତିଙ୍କ ହାତରେ ସ୍ବସ୍ତିକ ଚିହ୍ନ ଥାଏ ସେମାନେ ଗୁଣବାନ୍, ଧନବାନ୍ ଏବଂ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ଆଧ୍ୟାତ୍ମିକ ହୋଇଥାନ୍ତି । ଏମିତି ବ୍ୟକ୍ତି ଭଗବାନଙ୍କୁ ବହୁତ ମାନିଥାନ୍ତି ।

Show More

Related Articles

Back to top button