ସ୍ୱାସ୍ଥ୍ୟ

ଶରୀର ପାଇଁ କ୍ଷତିକାରକ ହୋଇପାରେ ପ୍ରତେକ ଦିନ ଖାଉଥିବା ଏହି ୪ଟି ଜିନିଷ

ତେଣୁ ହୋଇଯାନ୍ତୁ ସାବଧାନ-

ଶରୀରକୁ ସୁସ୍ଥ ରଖିବ ପାଇଁ ଆମେ ବିଭିନ୍ନ ପ୍ରକାରର ପ୍ରୟାସ କରିଥାଉ l ଖାଇବା ପିଇବା ଉପରେ ବିଶେଷ ଦୟାନ ଦେଉ ଓ ସ୍ୱାସ୍ଥ୍ୟକର ଖାଦ୍ୟହିଁ ଖାଉ l କିନ୍ତୁ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଦ୍ୱର ମଧ୍ୟ ବେଳେବେଳେ ଆମ ଶରୀରର କ୍ଷତି ହୋଇପରେ l ସେଥିପାଇଁ ଏହାକୁ ଖାଇବା ସମୟରେ କିଛି ଜିନିଷରେ ଉପରେ ବିଶେଷ ଦୟାନଦେବ ଆବଶ୍ୟକ l ଯାହାଦ୍ୱାରା ଆମ ଶରୀରକୁ ଅନେକ ଲବ ମିଳିବ l

ଚେରୀର ମଞ୍ଜି -ଚେରୀ ସେବନ କରିବ ସ୍ୱାସ୍ଥ୍ୟପାଇଁ ହିତକର ,ଚେରୀ ଆମ ଶରୀରର ପାଚନ ତନ୍ତ୍ରକୁ ସୁସ୍ଥ ରଖେ l କିନ୍ତୁ ଏହାର ମଞ୍ଜିରେ ପ୍ରୁସିକା ଏସିଡ ରହିଥାଏ ,ଯାହା ବିଷାକ୍ତ ବୋଲି କୁହଜିଛି l ସସେଥିପାଇଁ ଚେରୀ କହିବା ସମୟରେ ଏହାର ମଞ୍ଜିକୁ କେବେବି ଖାଇବେ ନହିଁ l

* ସେଓ ମଞ୍ଜି -ସେଓକୁ ସ୍ୱାସ୍ଥ୍ୟ ପାଇଁ ଲାଭ ଦାୟକ ବୋଲି କୁହାଯାଇଥାଏ l ଏହାକୁ ସେବନ କରିବା ଦ୍ୱରା ରୋଗକୁ ଶରିରୀର ଠାରୁ ଦୁରେଇ ରଖିବାରେ ସାହାଯ୍ୟ ମିଳିଥାଏ l ସେଓର ମଞ୍ଜିରେ କିଛି ମାତ୍ରାରେ ସାଇନାଇଡି ରହିଛି ,ଯାହା ଶରୀର ପାଇଁ କ୍ଷତିକର ଅଟେ l ଏହି କରଣରୁ ବେଳେବେଳେ ଶ୍ୱାସ ସମ୍ବଧୀୟ ଅସୁବିଧର ସମୁଖିନା ହେବଙ୍କୁ ପଡିଥାଏ l ତେଣୁକରି ଆପଣ ଯେତେବେଳେ ବି ସେଓ ଖାଇବେ ସେଥିରୁ ମଞ୍ଜି ବାହାର କରି ଖାଇବେ l

* ସବୁଜ ଅଂଶ ଥିବା ଆଳୁ -ଆପଣମାନେ ବେଳେବେଳେ ଦେଖିଥିବେ କିଛି ଆଳୁର ଅଂଶ ସବୁଜ ରଙ୍ଗର ଦେଖାଯିଥା ଏବଂ ବେଳେବେଳେ ମଧ୍ୟ ଆଲୁରେ ଗଜା ହୋଇ ଯାଇଥାଏ l ଏହି ପ୍ରକାର ଆଳୁରେ ଗ୍ଲାଇକୋସାଇଡ ନମ୍ୱକ ବିଷାକ୍ତ ପଦାର୍ଥ ରହିଥାଏ l ଯଦି ଆମେ ଏହି ପ୍ରକାରର ଆଳୁକୁ ଖାଇବା ତେବେ ଡାଇରିଆ ଓ ମୁଣ୍ଡବିନ୍ଧା ପ୍ରଭୃତି ସମସ୍ୟା ଦେଖା ଦେବ l

* କଞ୍ଚା ଆମ୍ବ ଓ କଞ୍ଚା ରାଜମା -କଞ୍ଚା ଅମ୍ବର ଚୋପା ଓ ପତ୍ରରେ ଆକ ପ୍ରକାରର ବିଷାକ୍ତ ପାଦର୍ଥ ରହିଥାଏ l ଯାହା ଦ୍ୱାରା ଆମ ଶରୀରରେ ବିଭିନ୍ନ ଚର୍ମ ରୋଗ ଦେଖ ଦେଇଥାଏ l କଞ୍ଚା ରାଜମାରେ ଲାକ୍ଟିନ ରହିଥାଏ l ଏହାକୁ ଖାଇବା ଦ୍ୱାରା ଝାଡା ବାନ୍ତି ସମସ୍ୟା ଦେଖା ଦିଏ ତେଣୁ ଯେବେବି ଆପଣ ରାଜମା ଖାଇବେ ତାହାକୁ ରାନ୍ଧିକି ଖାଇବେ l

* ଜାଇଫଳ -ଜାଇଫଳକୁ ଅଳ୍ପ ମାତ୍ରାରେ ବ୍ୟବହାର କାରିବ ଉଚିତ ,କାରଣ ଏହାକୁ ଗୋଟିଏ ଚାମଚ ମଧ୍ୟ ଖାଇବା ଶରୀର ପାଇଁ କ୍ଷତିକାରକ ଅଟେ l ଏଥିରେ ମିରିଟିସନ ନମ୍ୱକ ରାସାୟନିକ ପଦାର୍ଥ ମିଳିଥାଏ l ଯାହା ଦ୍ୱାରା ମୁଣ୍ଡ ବୁଲାଇବା ,ମତିଭ୍ରମ ଘଟିବା ଓ ଅଳସୁଆ ଲାଗିବ ସମସ୍ୟା ଦେଖା ଦେଇଥାଏ l

Show More

Related Articles

Back to top button