ସ୍ୱାସ୍ଥ୍ୟ

ଶୀତଦିନେ କାହିଁକି କାଜୁ ଖାଇବାକୁ କୁହାଯାଇଥାଏ

ଆସନ୍ତୁ ଜାଣିବା କାଜୁ ଖାଇବାର ଏହି ୫ଟି ଫାଇଦା-

ଶୀତଋତୁରେ ବିଭିନ୍ନ ପ୍ରକାରର ଶୁଖିଲା ଫଳ ଖାଇବା ପାଇଁ ଡାକ୍ତର ମାନେ ପରାମର୍ଶ ଦେଇଥାନ୍ତି l କୁହାଯାଏ ଯେ ଏହି ଋତୁରେ କାଜୁ,ପିସ୍ତା ଇତ୍ୟାଦି ଖାଇବା ଦ୍ୱାରା ରୋଗର ବିପଦ କମ ରହିଥାଏ l ମଧୁମେହ ଓ ହୃଦଘାତ ଭଳି ଗମ୍ଭୀର ରୋଗର ସମସ୍ୟାରୁ ଏହି ସବୁ ଖାଦ୍ୟ ଆମକୁ ରକ୍ଷା କରିଥାଏ l ଛୋଟ ପିଲାଙ୍କ ଠାରୁ ନେଇ ବଡ଼ ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରାୟ ଏହିସବୁ ଶୁଖିଲା ଫଳକୁ ଖାଇବାକୁ ପସନ୍ଦ କାରନ୍ତି ସେଠି ମଧ୍ୟରୁ ଗୋଟିଏ ହେଲା କାଜୁ l କାଜୁର ପୋଟାସିୟମ ,ଭିଟାମିନ-ସି ଓ ଫାଇବର ରହିଛି ଯାହା ସ୍ୱାସ୍ଥ୍ୟ ପାଇଁ ହିତକାର ଅଟେ,ଅସାନ୍ତୁ ସେ ବିଷୟରେ ଜାଣିବା l

ରକ୍ତ ଶର୍କରା ନିୟନ୍ତ୍ରଣ ରୁହେ -କାଜୁର କ୍ୟାଲୋରୀ ଅଧିକ ରହିଥିବା ହେତୁ ଓଜନ ବଢିବା ପାଇଁ ବାଧକ ସାଜିଥାଏ l ତା ସହିତ ଫାଇବରର ମାତ୍ରା ଅଧିକ ଥିବା କାରଣରୁ ଜଲ୍ଦି ହଜମ ହୁଏ ନାହିଁ l ତେଣୁ ଅଚାନକ ରକ୍ତରେ ଶର୍କରା ବଢିବାର ବିପଦ କମ ହୋଇଥାଏ l ଶରୀରରେ ଗ୍ଲୁକଜ ନିୟନ୍ତ୍ରଣ କରିବା ସହିତ ମଧୁମେହର ବିପଦକୁ କମ କରିଥାଏ l

ରକ୍ତ ଚାପକୁ ନିୟନ୍ତ୍ରଣ ରଖେ – ଉଚ୍ଚ ରକ୍ତଚାପ ରୋଗୀ ମାନାଙ୍କ ଡାକ୍ତର ନିଜ ଖାଦ୍ୟରେ କାଜୁ ସାମିଲ କରିବାକୁ ପରାମର୍ଶ ଦେଇ ଥାନ୍ତି l କାଜୁର ପୋଟାସିୟମର ପରିମାଣ ଅଧିକ ରହିଥିବା ହେତୁ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ l

ଅବସାଦ କମ ହୁଏ -ଅବସାଦରେ ପୀଡିତ ଲୋକ ମାନଙ୍କ ପାଇଁ କାଜୁ ସେବନ କରିବା ଲାଭ ଦାୟକ l କୁହାଯାଏ ଯେ ଚିନ୍ତା ,ମନ ବ୍ୟସ୍ତ ଲାଗିବ ଓ ଅବସାଦକୁ କାଜୁ ଦୁରକରିଥାଏ l କହି ରଖୁଛୁ ଯେ ଚିନ୍ତା ଓ ଅବସାଦ ଅଧିକାଂଶ ରୋଗର ମୂଳ ଅଟେ l

ହୃଦୟ ରହିଥାଏ ସୁସ୍ଥ -କାଜୁର ପୋଟାସିୟମ ,ଭିଟାମିନ-ସି ଓ ଫାଇବର ଭଳି ଜରୁରୀ ପୋଷାକ ତତ୍ୱ ମିଳିଥାଏ l ଏହି ସମସ୍ତ ତତ୍ୱ ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ l ତେଣୁ ହୃଦରୋଗର ଆଶଙ୍କା ରହିଥିଲେ କାଜୁ ଖାଇବା ଲାଭ ଦାୟକ l

ଦୂର ହୋଇଥାଏ ନିଦର କମି -ସ୍ୱାସ୍ଥ୍ୟବାନ ରହିବାକୁ ହେଲେ ଦିନକୁ ୭ ରୁ ୮ ଘଣ୍ଟା ଶୋଇବା ଆବଶ୍ୟକ l କିନ୍ତୁ ଆଜିକାଲି ପ୍ରାୟ ସମସ୍ତଙ୍କର ଶୋଇବାର ସମୟ ଚିନ୍ତା ଯୋଗୁ ପ୍ରଭାବିତ ହେଉଛି l ସେଥିପାଇଁ ଡାକ୍ତର ମାନେ କାଜୁ ଖାଇବାକୁ ପରାମର୍ଶ ଦେଉଛନ୍ତିl

Show More

Related Articles

Back to top button