ଦେଶ ବିଦେଶସ୍ୱାସ୍ଥ୍ୟ

କଦଳୀର ମହତ୍ୱ

କଦଳୀ ଗଛ କୁ ଗୋଟିଏ ପବିତ୍ର ବୃକ୍ଷ ବୋଲି କୁହାଯାଏ l କାରଣ ସମସ୍ତ ଧାର୍ମିକ ଓ ଶୁଭ କାମରେ କଦଳୀ ଗଛର ବ୍ୟବହାର କରାଯାଏ l କଦଳୀ ଗଛରେ ସ୍ୱୟଂ ନାରାୟଣ ଓ ମା ଲକ୍ଷ୍ମୀ ବାସ କରନ୍ତି ବୋଲି ଶାସ୍ତ୍ରରେ କୁହାଯାଇଛି l ମନ୍ଦିରର ପ୍ରସାଦ ମଧ୍ୟ କଦଳୀ ପାତ୍ରରେ ଦିଆ ଯାଇଥାଏ

ଏହା ସହିତ ଯେକୌଣସି ପୂଜାପାଠ ହୁଏ କଦଳୀ ପତ୍ରର ଆବଶ୍ୟକତା ପ୍ରଥମେ ପଡିଥାଏ l ଦକ୍ଷିଣ ଭାରତର ଲୋକ ମାନେ ପ୍ରତ୍ୟକ ଦିନ ଥାଳିରେ ଖାଇବା ପରିବର୍ତେ କଦଳୀ ପତ୍ରରେବ ଖାଦ୍ୟ ଖାଇଥାନ୍ତି l

ବୈଜ୍ଞାନିକ ପରିଚୟ -କଦଳୀରେ ମୁଖ୍ୟତଃ ଭିଟାମିନ-ଏ ,ଭିଟାମିନ-ସି ,ଥାଇମିନ ,ଆଇରନ ,ନିୟାସିନ ଓ ଅନ୍ୟ ଖଣିଜ ତତ୍ତ୍ୱରେ ଭରପୁର ଥାଏ l ଏଥିରେ ଜଳ -୬୪ .୩ ପ୍ରତିଶତ ,ପ୍ରୋଟିନ ୧.୩ ପ୍ରତିଶତ ,କାର୍ବୋହାଇଡ୍ରେଡ଼ ୨୪.୭ ପ୍ରତିଶତ ଅଛି l

ଆୟୁର୍ବେଦିକ ଉପାୟରେ କଦଳୀର ପ୍ରୟୋଗ -ଏହା ଏକ ଫଳ ବା ପାରିବ ଯାହା ଆମକୁ ପ୍ରତ୍ୟକ ଋତୁରେ ଓ ପ୍ରତ୍ୟକ ସ୍ଥାନରେ ମିଳିଥାଏ l ଏହାକୁ ଆମେ କଞ୍ଚା ଓ ପାଚିଲା ଉଭୟ ଭାବରେ ଖାଦ୍ୟରେ ବ୍ୟବହାର କରୁ l କଞ୍ଚା ଥିବା ଅବସ୍ଥାରେ ତରକାରୀରେ ପ୍ରୟୋଗ କରାଯାଏ ଓ ପାଚିଲା ପରେ ଫଳ ଭାବରେ ଖାଉ l କଦଳୀ ପ୍ରତ୍ୟକ ଋତୁରେ ଉପଲବ୍ଦ ହେଇଉଠିବା ଏକ ପୌଷ୍ଟିକ ଓ ସ୍ୱାଦିଷ୍ଟ ଫଳ ଅଟେ l ଆୟୁର୍ବେଦ ଅନୁସାରେ ପାଚିଲା କଦଳୀର ପ୍ରୟୋଗ ବିଭିନ୍ନ ପ୍ରକାର ରୋଗ ପାଇଁ ବ୍ୟବହାର କରାଯାଏ l ପାଚିଲା କଦଳୀ ଷ୍ଟାମିନା ବଢ଼lଇଥାଏ ଓ ଆଖି ପାଇଁ ହିତକର ଅଟେ l ପାଚିଲା କଦଳୀ ପ୍ରତିଦିନ ଖାଇଲେ ଶରୀରକୁ ପୁଷ୍ଟିସାର ମିଳିଥାଏ ,ଆହୁରି ମଧ୍ୟ କଫ ,ରକ୍ତପିତ ଓ ବାତ ଇତ୍ୟାଦିକୁ ସମୂଳେ ନଷ୍ଟ କରେ l

କଦଳୀ ଗୋଟିଏ ଏପରି ବୃକ୍ଷ ତାର ପ୍ରତ୍ୟକଟି ଅଂଶ କାମରେ ଲାଗିଥାଏ l କଦଳୀ ପାତ୍ରରେ ଆମେ ଖାଦ୍ୟ ଖାଇଥାଉ ,କଦଳୀ ଭଣ୍ଡାକୁ ଓ ମଞ୍ଜl କୁ ତରକାରୀ ରୂପେ ବ୍ୟବହାର କରୁ ଏଥି ସହିତ କଦଳୀ ପାଟୁକକୁ ଆମେ ମନ୍ଦିରର ଫୁଲ ଗୁନ୍ଥିବାର ଆମେ ବ୍ୟବହାର କରୁ ଲକ

ଧାର୍ମିକ ଓ ଜ୍ୟୋତିର୍ବିଦ୍ୟାରେ କଦଳୀଗଛର ମହତ୍ୱ -କୁହାଯାଏ ଯେ କଦଳୀ ଗଛରେ ସାକ୍ଷାତ ବିଷ୍ଣୁ ଓ ଲକ୍ଷ୍ମୀ ବାସକରନ୍ତି l ଆସନ୍ତୁ ଆଜି ଜାଣିବା କଦଳୀ ଗଛ ସହିତ ଯୋଡି ହୋଇ ରହିଥିବା ପାଞ୍ଚଟି ଧାର୍ମିକ ଭାବନା –
* କଦଳୀ ଗଛ ଯଦି ଘର ଅଗଣାରେ ଥାଏ ତେବେ ସନ୍ତାନ ମାନେ ସର୍ବଦା ସୁଖୀ ରୁହନ୍ତି ଏହା ଶାସ୍ତ୍ରରେ କୁହାଯାଇଛି l
* କୁହାଯାଏ ଯେ କଦଳୀ ଗଛକୁ ପୂଜା କଲେ ସମୃଦ୍ଧି ଓ ଉନତି ହୋଇଥାଏ l
* ଘର ଆଗରେ ଯଦି କଦଳୀ ଗଛ ଲଗାଇବା ତେବେ ବୃହସ୍ପତି ଗ୍ରହଙ୍କର ସର୍ବଦା ଶୁଭ ଦୃଷ୍ଟି ରହିବ l
* ଯଦି ବୈବାହିକ ଜୀବନରେ କୌଣସି ଅସୁବିଧା ରହୁଛି ତେବେ କଦଳୀଗଛକୁ ପୂଜା କରିବା ଆବଶ୍ୟକ l
* କଦଳୀ ଗଛରୁ ସର୍ବଦା ଶାନ୍ତି ଓ ସକାରାତ୍ମକ ଶକ୍ତି ବାହାରିଥାଏ ଯାହା ପିଲାମାନଙ୍କର ଶିକ୍ଷା ଓ ଜ୍ଞାନପ୍ରାପ୍ତି ବଢ଼ାଇଥାଏ l

Show More

Related Articles

Back to top button